oom

ମୁରିବାହାଲରେ ମାହେଶ୍ୱରୀ ସେନା ଏବଂ ବଜରଙ୍ଗ ଦଳ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୩୫ ୟୁନିଟ୍ ରକ୍ତ ସଂଗ୍ରହ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ମୁଖ୍ୟାଳୟ ସ୍ଥିତ ଜଙ୍ଗଲ ବିଭାଗ ଡାକବଙ୍ଗଳା ଠାରେ ଶନିବାର ମାଁ ମାହେଶ୍ୱରୀ ସେନା ଏବଂ ବଜରଙ୍ଗ ଦଳ ମୁରିବାହାଲ ପ୍ରଖଣ୍ଡ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ କଣ୍ଟାବାଞ୍ଜି ସି.ଏଚ୍.ସି ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ରାକେଶ ପଣ୍ଡିତ, ଡକ୍ଟର ଇପ୍ସିତା ବେହେରା, ମୁରିବାହାଲ ସିଡିପିଓ ପୂର୍ଣ୍ଣିମା ବୈଠାରୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଏହି ଶିବିରରେ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ରାମଚନ୍ଦ୍ର ନାୟକଙ୍କ ସମେତ ପ୍ରାନ୍ତ ସହ ସଂଯୋଜକ ସୌମ୍ୟରଞ୍ଜନ ମିଶ୍ର ଏବଂ ଟିଟିଲାଗଡ଼ ଜିଲ୍ଲା ସଂଯୋଜକ ରାଜେଶ କୁମାର ପଟ୍ଟନାୟକ ଉପସ୍ଥିତ ରହି ବଜରଙ୍ଗ ଦଳର ଆଭିମୁଖ୍ୟ ଏବଂ ରକ୍ତଦାନର ଉପକାରିତା ସମ୍ବନ୍ଧରେ ନିଜ ନିଜର ମତ ପୋଷଣ କରିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଏଥିରେ କଣ୍ଟାବାଞ୍ଜି ରକ୍ତ ଭଣ୍ଡାରର ଟେକନିସିଏନ୍ ଗଜପତି ବେହେରା, କୁନାଲ୍ ଦାସ, ଶିବ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ ଏବଂ ପ୍ରଦୀପ ମହାପାତ୍ର ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ମାହେଶ୍ୱରୀ ସେନା ସଭାପତି ସୁବ୍ରତ କୁମାର ମହାକୁର ଓ ବଜରଙ୍ଗ ଦଳ ପ୍ରଖଣ୍ଡ ସଂଯୋଜକ ପଦ୍ମଲୋଚନ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଜକ ମାନସ ଖଣ୍ଡଗିରି, ବେଲପଡା ପ୍ରଖଣ୍ଡ ସଂଯୋଜକ ସୁରେଶ ଡାଙ୍ଗ, ସଇଁତଳା ପ୍ରଖଣ୍ଡ ସଂଯୋଜକ ରାକେଶ କୁମାର ସାହୁ, ଜିଲ୍ଲା ଗୋ-ରକ୍ଷା ପ୍ରମୁଖ ସୁଧାଂଶୁ ପୋଢ଼ ଯାଦବ, ମୁରିବାହାଲ ଦୁର୍ଗା ବାହିନୀର ସହ ସଂଯୋଜିକା ସୋନାଲୀପ୍ରଭା ସାହୁଙ୍କ ସମେତ ମୁରିବାହାଲ ମାହେଶ୍ୱରୀ ସେନାର ଉପସଭାପତି ରାହୁଲ ପଧାନ, ଲବ ପଧାନ, ସମ୍ପାଦକ ପ୍ରଦୀପ ବଘାର, ସେନା ପ୍ରମୁଖ ପ୍ରକାଶ ଚନ୍ଦ୍ର ବଘାର, ପ୍ରଶାନ୍ତ ମାହାର, ରାଜୀବ ପଧାନ, ଲିଲୁ ମୋହନ ପଧାନ, କୋଷାଧକ୍ଷ ଲଳିତ ବଘାର, କାର୍ଯ୍ୟକାରୀ ସଭାପତି ସତ୍ୟଜିତ ପଧାନ, ଉମାକାନ୍ତ ଅମାତ, ରାଜୀବ ପଧାନ, କୁନୁ ପଧାନ, ନିତିନ ବଘାର, ରିଙ୍କୁ ବଘାର, ଉପଦେଷ୍ଟା କମିଟିର ଅଗସ୍ତି ବଘାର, ପ୍ରଫୁଲ୍ଲ ବଘାର, ସୁଦାମ ଚରଣ ବଘାର, ସୁବାଷ ବଘାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.