centurian jitm

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବ୍ଲକ୍‌ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

nschool

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ସ୍ତରୀୟ ଭିନ୍ନକ୍ଷମ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସମ୍ବଳ ଶିକ୍ଷକ ମନୋଜ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବ୍ଲକ ସହ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିବା ସହିତ ଖେଳକୁଦ ମାଧ୍ୟମରେ ଦିବ୍ୟାଙ୍ଗ ଶିଶୁ ସାମଗ୍ରିକ ବିକାଶ ସମ୍ଭବ ବୋଲି ମତପ୍ରକାଶ କରିଥିଲେ । ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଶାଖୁ ପଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇ ଭିନ୍ନକ୍ଷଙ୍କୁ ସୁଯୋଗ ମିଳିଲେ ବହୁତ କିଛି କରିପାରିବେ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ସ୍ଥାନୀୟ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦେବରାଜ ସେଠ୍ ଯୋଗଦେଇ ଭିନ୍ନକ୍ଷମମାନେ ଭିନ୍ନ ଦିଗରେ କ୍ଷମ ବୋଲି ମତପ୍ରକାଶ କରିଥିଲେ । ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମସ୍ତ ପ୍ରତିଯୋଗିତା ପରିଚାଳନାରେ କ୍ରୀଡା ଶିକ୍ଷକ ଦେବରାଜ ସେଠ୍, ମହେଶ ଭୋଇ ଓ ସୁଜିତ୍ ସା ତଥା କଳା ଶିକ୍ଷକ ଶ୍ୟାମ କୁଅଁର, କେଶବ କୁଅଁର, ଶିକ୍ଷକ ଅନିଲ ଭୋଇ, ରଜକେତନ୍ ସୁନା, ଭିନ୍ନକ୍ଷମ ସ୍ୱେଚ୍ଛାସେବୀ ହିମାଂଶୁ ସାହୁ, ଲୋଚନ ସାହୁ ଓ ଅଭିଭାବକମାନେ ସହଯୋଗ କରିଥିଲେ । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୫୦ରୁ ଅଧବକ ଛାତ୍ରଛାତ୍ରୀ ଓ ପିତାମାତା ଅଂଶ ଗ୍ରହଣ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ରାମପୁର ସି.ଆର୍‌.ସି.ସି, ପ୍ରଦୀପ୍ତ କିଶୋର ଦାଶ, ତିଳେଇମାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ବାରିକ, ହିମାଂଶୁ ସାହୁ ଓ ଲୋଚନ ପଧାନ ଯୋଗଦେଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.