ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ହେଲେ ଦେଓଗାଁ ବିଜେପିର ଯୁବ ନେତା ଭୋଳା ସାହୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବିଜେପିର ଯୁବ ନେତା ଭୋଲାନାଥ ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ବିଜେପି ଜନ ମୋର୍ଚ୍ଚାର ଉପସଭାପତି ଭାବେ ମନୋନୟନ କରାଯାଇଛି । ଶ୍ରୀ ସାହୁଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଦେଓଗାଁ ବ୍ଲକରେ ଯୁବ ସଂଗଠନ ଅଧିକ ମଜବୁତ୍ ହେବା ନେଇ ଅଞ୍ଚଳରେ ଆଲୋଚନା ହେବାରେ ଲାଗିଛି । ଉପସଭାପତି ଦାୟିତ୍ୱ ମିଳିବା ପରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓଙ୍କୁ ଅଞ୍ଚଳର ଯୁବମୋର୍ଚ୍ଚା କର୍ମୀମାନେ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.