oom

ନାବାଳିକା ପରୀର ହତ୍ୟାକାଣ୍ଡକୁ ନେଇ ନୟାଗଡରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

jsmm

ନୟାଗଡ : ଯଦୁପୁରର ନାବାଲିକା ପରୀର ହତ୍ୟାକାଣ୍ଡକୁ ନେଇ ନୟାଗଡ଼ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ସୂଚନା ଅନୁସାରେ ନାବାଳିକା ପରୀର ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୁଲିସ୍‌ ସୁରକ୍ଷା ଦେଉଛି ବୋଲି ସଙ୍ଗୀନ ଅଭିଯୋଗ ଅଣା ଯାଇଥିବା ବେଳେ ମନ୍ତ୍ରୀ ତଥା ନୟାଗଡର ବିଧାୟକ ଅରୁଣ ସାହୁ ଏହି ମାମଲାକୁ ଚପାଇ ଦେଇଥିବା ନେଇ ଆଜି ଅପରାହ୍ନରେ ଟ୍ରାଫିକ ଛକଠାରେ ନୟାଗଡ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯିବା ସହ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ପରୀର ମା’ ଓ ବାପା ଏହି ଘଟଣାର ଅଭିଯୁକ୍ତ ବାବୁଲି ନାୟକ ମନ୍ତ୍ରୀଙ୍କ ପାଖ ଲୋକ ହେଇଥିବାରୁ ସେ ତାଙ୍କୁ ସୁରକ୍ଷା ଦେଇଛନ୍ତି ବୋଲି ଅଭିଯୋଗ କରିଥିବାକୁ ନେଇ ଜିଲ୍ଲା ପୁଲିସ ପକ୍ଷରୁ କୈଣସିି ନ୍ୟାୟ ନପାଇବା ପରେ ଗତକାଲି ବିଧାନସଭା ସମ୍ମ୍‌ୁଖରେ ପରୀର ମା’ ଏବଂ ବାପା ଆମ୍‌ôହୂତି ଦେବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ଏହି ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ସାଜିଛି । ଆଜିର ଏହି ପ୍ରତିକ୍ରିୟାରେ ବିଜେପି ନେତା ସନ୍ତୋଷ ପ୍ରଧାନ, ପ୍ରହ୍ଲାଦ ବରାଡ, ପ୍ରଦୀପ୍ତ ମହାପାତ୍ର, ଶ୍ରୀକାନ୍ତ ଖଟେଇ, ଚନ୍ଦ୍ର ବିଜୟୀ ମିଶ୍ର ଆଦି ଉପସ୍ଥିତ ଥାଇ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ଉଚିତ୍‌ ଦଣ୍ଡ ଦିଆଯାଉ ବୋଲି ଦାବୀପତ୍ର ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.