ବିଶିଷ୍ଟ ସମାଜସେବୀ ଜନସାଥୀ ଲେଙ୍ଗୁ ମିଶ୍ରଙ୍କ ପତ୍ନୀ ବିୟୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବିଶିଷ୍ଟ ସମାଜସେବୀ ଜନସାଥୀ ଲେଙ୍ଗୁ ମିଶ୍ରଙ୍କ ପତ୍ନୀ ଯଶୋଦା ମିଶ୍ର(୮୨)ଙ୍କ ମଧ୍ୟାହ୍ନରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ ତଥା ଧର୍ମପରାୟଣା ମହିଳା ଥିଲେ । ଏଥିସହ ବରଗଡ଼ ମହିଳା ସମିତି ଓ ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟର ସେ ପ୍ରତିଷ୍ଠାତା ସଭ୍ୟା ଥିଲେ । ସମାଜସେବା ପାଇଁ ତାଙ୍କୁ ୨୦୧୦ ମସିହାରେ ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ବାର୍ଷିକ ସମାରୋହରେ ସ୍ୱତନ୍ତ୍ର ସେବା ସମ୍ମାନରେ ସମ୍ମାନିତ କରିଥିଲେ । ବରଗଡ଼ ପ୍ରେସ କ୍ଲବ, ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସମେତ ବରଗଡ଼ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମାଜସେବା ପାଇଁ ସେ ସମ୍ମାନିତ ହୋଇଥିଲେ । ତାଙ୍କ ଶେଷ ଶଯ୍ୟା ନିକଟରେ ପୁଅ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ମିଶ୍ର, ପ୍ରସନ୍ନ କୁମାର ମିଶ୍ର, ନନ୍ଦ କୁମାର ମିଶ୍ର, ରାଜେନ୍ଦ୍ର କୁମାର ମିଶ୍ର, ରବୀନ୍ଦ୍ର କୁମାର ମିଶ୍ର, ପୁତ୍ରବଧୂ ଜୟଶ୍ରୀ, ମମତା, ସଂଧ୍ୟା ବେବି, ଚୁମ୍‌କି, ତାଙ୍କ କନିଷ୍ଠ ଭ୍ରାତା ବରିଷ୍ଠ ସାମ୍ବାଦିକ ରତ୍ନ ମଣି ଶତପଥି, ସୀମିତ, ନାତି ନାତୁଣୀ ଇଶା, ରୀକା, ସୀମି ରଜତ, ସତ୍ୟମ, ରୀମା, ଲିପ୍‌ସା, ଲିଟିଲ୍, ରଜ ନାତିଣୀ ଜ୍ୱାଇଁ ସିଦ୍ଧାର୍ଥଶଙ୍କର ପଣ୍ଡା, ପଣନାତି ପ୍ରୟାଂଶ ଓ ରେୟାଂଶଙ୍କ ସମେତ ପରିବାରବର୍ଗ ଓ ବନ୍ଧୁପରିଜନ ଉପସ୍ଥିତ ଥିଲେ । ମସ୍କୋରେ ଥିବା ବଡ ପୁଅ ସନ୍ତୋଷ ମିଶ୍ର ଓ ମୁମ୍ବାଇରେ ଥିବା ପୁଅ ବ୍ରଜେନ୍ଦ୍ର ମିଶ୍ର ବାହାରେ ଥିବାରୁ ଅନ୍ତିମ ସତ୍କାରରେ ସାମିଲ ହୋଇପାରି ନଥିଲେ । ତାଙ୍କ ବିୟୋଗ ଖବର ପାଇ ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଶଙ୍କର ବଲ୍ଲଭ ମିଶ୍ର, ଉମେଶ ବିଶ୍ଵାଳଙ୍କ ସମେତ ସଂଘର ବହୁ ସଦସ୍ୟ, ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟର କାର୍ଯ୍ୟକର୍ତ୍ତା, ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ନିଶାମଣୀ ସ୍କୁଲ ନିକଟ ବାସଭବନକୁ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଜି ସଂଧ୍ୟାରେ ଜୀରାନଦୀ କୂଳ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ତାଙ୍କ ପୁତ୍ର ତଥା ‘ଗଣ ଇସ୍ତାହାର’ର ମୁଖ୍ୟ ସଂପାଦକ ପ୍ରସନ୍ନ କୁମାର ମିଶ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସହରରେ ଶୋକରଛାୟା ଖେଳିଯାଇଛି ।

Leave A Reply

Your email address will not be published.