ପୋଲିଥିନ୍‌ ଢଙ୍କା ମାଟି କୁଡ଼ିଆରେ ବିତୁଛି ଜୀବନ : ସରକାରୀ ଯୋଜନା କେଉଁ କାମକୁ ?

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ଖଗସା ଗ୍ରାମ ପଂଚାୟତର ଖଗସା ଗାଁରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଦୃଶ୍ୟ । ଏକ ପୋଲିଥିନ୍‌ ଢଙ୍କା ମାଟି କୁଡ଼ିଆରେ ଅତ୍ୟନ୍ତ ଗରିବ ଶ୍ରେଣୀର ନଃିସନ୍ତାନ ପତ୍ନୀ ସୁମିତ୍ରା ଜାନି ଓ ସ୍ୱାମୀ ଘନଶ୍ୟାମ ଜାନି । ସୂଚନା ଅନୁସାରେ ଘନଶ୍ୟାମ ସୁମିତ୍ରାକୁ ବିବାହ କରିବା ପରେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ବର୍ଷ ଧରି ନିଖୋଜ୍‌ ହୋଇ ଯାଇଥିଲେ । ଏଇ ଦୁଇ ବର୍ଷ ହେବ ନିଜ ଘରକୁ ଫେରିଥିବା ବେଳେ ପତ୍ନୀ ସହ ଏକ ପୋଲିଥିନ୍‌ ଢଙ୍କା ମାଟି କୁଡ଼ିଆରେ ରହୁଥିବା ଦେଖିବାକୁ ମିଳିଛି । ଏହି ବେସାହାରା ନିଃସନ୍ତାନ ଦମ୍ପତ୍ତିଙ୍କୁ ସରକାରୀ ଆବାସ ଯୋଜନାରେ ସାମିଲ୍‌ କରାଯାଇ ଘର ଖଣ୍ଡିଏ ଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଯଦି ଏଭଳି ଗରିବ ବେସାହାରା ଲୋକଙ୍କୁ ସହଯୋଗର ହାତ ବଢେ଼ଇ ପାରିବନି ସରକାରୀ ଯୋଜନା, ତେବେ ଏହା କେଉଁ କାମରେ ଆସିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.