oom

ବିଲେଇସର୍ଡା ହାଇସ୍କୁଲରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧୀନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ପଙ୍କଜ ମେହେର ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ଶକ୍ତି ଉପରେ ମାନବଜାତିର ଭବିଷ୍ୟତ ସାମ୍ନା କରୁଥିବା ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବକ୍ତବ୍ୟ ରଖିବା ସହ ଶକ୍ତି ଉତ୍ସ ସଂଚୟ ସମ୍ପର୍କରେ କହିଥିଲେ । ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ନିଜେ ସଚେତନ ରହି ଅନ୍ୟକୁ ସଚେତନ କରିବା ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ରଂଜିତ ମିଶ୍ର, ତପନ ବୁଡେକ, ପ୍ରଦୀପ ଦଣ୍ଡସେନା, ମୁରାରି ପ୍ରସାଦ ପର୍ଡିଆ, ସୁବାସିନୀ ସେଠୀ, ରଶ୍ମିତା ବିଶ୍ୱାଲ, ସୁଷମା ମେହେର, ପ୍ରଜ୍ଞାପରମିତା ଖୁଆସ, ଜଗନ୍ନାଥ ଯୋଷୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆୟୋଜିତ କୁଇଜ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

jittmm
Leave A Reply

Your email address will not be published.