ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବା ଫଳରେ ଜଣେ ଯବାନ ଗୁରୁତର

ମାଲକାନଗିରି : ପ୍ରତିଦିନ ଭଳି ଆଜି ସକାଳୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର କର୍ତନପଲ୍ଲୀ ନିକଟସ୍ଥ ଗୋଗପଦର ଗ୍ରାମ ଜଙ୍ଗଲରେ ୧୬୦ ବିଏସଏଫ ବାଟାଲିୟନ ଯବାନ କମ୍ବିଙ୍ଗ ଅପରେସନ କରିବାକୁ ଯାଇଥିଲେ । ଯବାନମାନେ ସର୍ଚ୍ଚ ଅପେରେସନ୍ କରିବା ବେଳେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଏହି ଲ୍ୟାଣ୍ଡମାନ୍ ବିଛାଇଥିବା ଆଶଙ୍କା କରାଯାଉଛି । ତେବେ ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ । ଆହତ ଯବାନଙ୍କ ନାମ ଧର୍ମେନ୍ଦ୍ର ସାହୁ ବୋଲି ଜଣାପଡିଛି ।

Leave A Reply

Your email address will not be published.