lika

ଚାଷୀଙ୍କୁ ଫସଲ ବୀମା ପ୍ରଦାନରେ ଟାଳଟୁଳ ନୀତିକୁ ବିରୋଧ, କୃଷି ଅଧିକାରୀଙ୍କ ଅଫିସରେ ତାଲା ଦେଲେ

gbag

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଚାଷୀଙ୍କ ୨୦୨୦-୨୧ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଯୋଗାଇଦେବାରେ ଏଚଡିଏଫସି ଏଗ୍ରୋ ବୀମା କଂପାନୀ ଯେଉଁ ଟାଳଟୁଳ ନୀତି ଅବଲମ୍ବନ କରୁଛି, ତାର ପ୍ରତିବାଦରେ ବରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଅଫିସକୁ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ କର୍ମୀମାନେ ତାଲା ପକାଇ ଦେଇଥିଲେ । ଏଥିପାଇଁ ଆଗାମୀ ୧୬ ତାରିଖରେ ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ଓ କମ୍ପାନୀ ଟଙ୍କା ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ମୁକ୍ତା ସାହୁ, ପୂର୍ବତନ ବିଧାୟକ ମହମ୍ମଦ ରଫିକ, ବରିଷ୍ଠ ନେତା ସୁରେଶ୍ଵର ଶତପଥୀ, ଅଶୋକ ପଣ୍ଡା, ପ୍ରୀତମ ସିଂ, ସନତ ଗଡ଼ତିଆ, କୁଶ କୁମ୍ଭାର, ଅବନିକାନ୍ତ ପଣ୍ଡା, ସୁବ୍ରତ ହୋତା, ପ୍ରିତେଶ ବହିଦାର, ଅମିତ ପଣ୍ଡା, ଉର୍କୁଲୁ ତାଣ୍ଡି, ବିପିନ ଭୋସାଗର, ଦିବ୍ୟ ଭୋଇ, କାହ୍ନୁ ମଲ୍ଲିକ, ଯଶୋବନ୍ତ ସେଠ, ସୁକୃ ସାହୁ, ସୁଦାମ ମହାପାତ୍ର, ବୈକୁଣ୍ଠ ସାହୁ, ରତ୍ନା ମହାପାତ୍ର, ରାଜୁ ଘିବିଲା, ଗୌର ମହାପାତ୍ର, ମହେଶ ଦାଶ, ଶାସ୍ତ୍ରୀ ପଣ୍ଡା, ନିରୋଜ ବାରିକ, ବିଦ୍ୟା ସାହୁ, ମମତା ଅଗ୍ରୱାଲ, ଈଶ୍ୱର ଚଣ୍ଡେଲ, କୁଶ ସାହୁ, ବୀର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.