ହାଇୱା ଧକ୍କାରେ ବାଇକ ଆରୋହୀ ଗୁରୁତର

କଂଟାବାଂଜି, (ମନୀଷ କୁମାର ହଂସ): ଜଣେ ବାଇକ ଆରୋହୀଙ୍କୁ ଏକ ହାଇୱା ଗାଡି ଧକ୍କା ଦେବାରୁ ବାଇକ ଆରୋହଆହତ ହୋଇ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଛି । ଘଟଣାରୁ ପ୍ରକାଶ ଯେ, ତୁରେକେଲା ଥାନା ଅନ୍ତର୍ଗତ ବଗବାହାଲ ଗ୍ରାମର ପରମେଶ୍ୱର ରଣା ଆଜି ଅପରାହ୍ନ ପ୍ରାୟ ଅଢେଇ ଘଂଟା ବେଳେ ତୁରେକେଲା ଲାଠୋର ମୂଖ୍ୟ ରାସ୍ତାରେ ଏକ ମୋଟର ସାଇକଲରେ ଲାଠୋର ଆଡକୁ ଯାଉଥିଲେ । ସେ ମହୁପାଟି ଗ୍ରାମର କନ୍ଦାଗାଡ ଛକ ନିକଟରେ ସାମନା ପଟରୁ ଦୃତ ଗତିରେ ଆସୁଥିବା ହାଇୱା ନଂ.ଓଆର୧୯ଜି-୦୬୯୮ ବାଇକ ସହିତ ଧକ୍କା ହେବାରୁ ଘଟଣାସ୍ଥଳରେ ବାଇକ ଭାଙ୍ଗିରୁଜି ଯାଇଥିବା ବେଳେ ବାଇକ ଚାଲକ ରଣାଙ୍କ ମୁଣ୍ଡ ଫାଟି ଗୋଡ ହାତ ଖଣ୍ଡିଆ ଖାବରା ହୋଇ ଗୁରୁତର ହୋଇଛନ୍ତି । ଆହାତ ରଣାଙ୍କୁ ପ୍ରଥମେ ତୁରେକେଲା ଡାକ୍ତରଖାନା ଓ ପରେ କଂଟାବାଂଜି ଡାକ୍ତରଖାନାରେ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବଲାଙ୍ଗିର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତୁରେକେଲା ପୋଲିସ ଘଟଣାସ୍ଥଳକୁ ଯାଇ ହାଇୱାକୁ ଜବତ କରି ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ପ୍ରକାଶ ।

Leave A Reply

Your email address will not be published.