ବଡ଼ମାଲରେ ବିଦ୍ୟୁତ ମହୋତ୍ସବ ‘ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ’ ପାଳିତ

ସଇଁତଲା, (ପ୍ରମୋଦ ସେଲମା) : ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ପାୱାର ଆଟ୍‌ ଦ ରେଟ୍‌ ୨୦୪୭ ପାଳନ ଉପଲକ୍ଷେ ବଡ଼ମାଲ ସ୍ଥିତ ଗୋଳାବାରୁଦ କାରଖାନାର ଅଫିସର୍ସ କ୍ଲବଠାରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି । ପାୱାର ଗ୍ରୀଡ କର୍ପୋରେସନ, ଓପିଟିସିଏଲ୍‌ ଓ ଟାଟା ପାୱାର ୱେର୍ଷ୍ଟନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ଦ୍ୱାରା ବଲାଙ୍ଗିର ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ବିଜୁଳି ମହୋତ୍ସବ ପାଳନ କରାଯାଇଛି । ମହୋତ୍ସବରେ ବଡ଼ମାଲ ଗୋଳାବାରୁଦ କାରଖାନାର ସାଧାରଣ ପରିଚାଳକ ପ୍ରଦୀପ କୁମାର ଦାଶ, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଓପିଟିସିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁଦୀପ୍ତସେନ ଗୁପ୍ତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାୱାର ଗ୍ରୀଡ଼ ଜିଏମ୍‌ ସୁରେଶ କିଶାନ, ଓପିଟିସିଲ ଡିିଜିଏମ୍‌ ପ୍ରଦୀପ କୁମାର ସାହୁ ଓ ଟାଟା ପାୱାର ଏସ୍‌ଇ ରଂଜନ କୁମାର ନାୟକ ମଂଚାସୀନ ଥିଲେ । ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମହୋତ୍ସବର ଶୁଭାରମ୍ଭ କରିଥିଲେ । ମହୋତ୍ସବରେ ଉଦ୍‌ବୋଧନ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସିଂ ଲାଗୁରୀ ଶକ୍ତି ସଂଚୟ କ୍ଷେତ୍ରରେ ଜନ ସାଧାରଣଙ୍କୁ ସଚେତନ କରିବା ଏହି ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଗୋଳାବାରୁଦ କାରଖାନାର ଜିଏମ୍‌ ଶ୍ରୀ ଦାଶ ଉଦ୍‌ବୋଧନ ଦେଇ ଶକ୍ତି କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ବରେଣ୍ୟ ଅତିଥି ଓପିଟିସିଏଲ୍‌ର କାର୍ୟ୍ୟନିର୍ବାହୀ ନିଦେଶକ ଶ୍ରୀ ଗୁପ୍ତା ମାନବ ଜୀବନରେ ବିଦ୍ୟୁତ୍‌ର ପ୍ରୟୋଜନୀୟତା ସଂପର୍କରେ ଆଲୋକପାତ କରିଥିଲେ । ବିଜୁଳି ମହୋତ୍ସବରେ ବିଦ୍ୟୁତ ଉପଭୋକ୍ତାମାନେ ବିଦ୍ୟୁତ୍‌ କ୍ଷେତ୍ରରେ ବିଭିନ୍ନ ଯୋଜନା ମାଧ୍ୟମରେ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ । ବିଦ୍ୟୁତ୍‌ ମହୋତ୍ସବ ପାଳନ ଉପଲକ୍ଷେ ଟ୍ରାନ୍‌ସମିସନ ଓ ବଣ୍ଟନ ବ୍ୟବସ୍ଥା ପ୍ରଣାଳୀ ଉପରେ ଓପିଟିସିଏଲ୍‌ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ଟାଟା ପାୱାର ୱେର୍ଷ୍ଟନ ଓଡିଶା ଲିମିଟେଡ୍‌ ପକ୍ଷରୁ ରାଜ୍ୟ ସରକାରଙ୍କ ଯୋଜନା, ବିଦ୍ୟୁତ ନିରାପତ୍ତା, ଶକ୍ତି ସଂରକ୍ଷଣ ଇତ୍ୟାଦି ସମ୍ପର୍କରେ ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ରାଜ୍ୟ ସରକାରଙ୍କ ଶକ୍ତିି ବିଭାଗ ପକ୍ଷରୁ ଶକ୍ତି ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ନିର୍ମିତ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଓଡ଼ିଶୀ, କୁମ୍ଭାରୀର କଳାକାରମାନଙ୍କ ଦ୍ୱାରା ମହୋତ୍ସବରେ ନୁକ୍କଡ୍‌ ନାଟକ ଓ ବିଦ୍ୟୁତ ସମ୍ପର୍କିତ ସଚେତନତା ବାର୍ତ୍ତା ସମ୍ବଳିତ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ପାୱାର ଗ୍ରୀଡ୍‌ କର୍ପୋରେସନର ସାଧାରଣ ପରିଚାଳକ ସୁରେଶ କିସାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ସଂଜୋଜନା କରିଥିଲେ । ଏହି ଉତ୍ସବରେ ପାୱାର ଗ୍ରୀଡ କର୍ପୋରେସନ୍‌ର ଯନ୍ତ୍ରୀ ବିରେନ୍ଦ୍ର କୁମାର ଦାସ, ପାୱାର୍‌ ଗ୍ରୀଡ଼୍‌ ଅଧିକାରୀ ତାରାଚନ୍ଦ ମେହେର, ଓପିଟିସିଏଲ ଅଧିକାରୀ ମୁକୁନ୍ଦ ମାଝୀ, ମିଲନ୍‌ ସାହୁ, ଟିପିଡବ୍ଳୁୁଓଡିଏଲ୍‌ର ପ୍ରଶାସନିକ ଅଧିକାରୀ ସଞ୍ଜିବ କୁମାର ଜେନା ସମେତ ବିଭିନ୍ନ ବିଭାଗର ଅଧିକାରୀ, ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଦ୍ୟୁୁତ ଉପଭୋକ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.