ନୃସିଂହନାଥ ସଂସ୍କୃତ ବିଦ୍ୟା ନିକେତନରେ ଗଣିତ ଓ ବିଜ୍ଞାନ ଶିକ୍ଷକ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ସ୍ଥିତ ନୃସିଂହନାଥ ସଂସ୍କୃତ ବିଦ୍ୟା ନିକେତନରେ ଦୀର୍ଘ ବର୍ଷ ଧରି ଗଣିତ ଓ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ଥିବାର ଛାତ୍ର ଛାତ୍ରୀ ମାନଙ୍କର ଅଧ୍ୟୟନରେ ବାଧା ସୃଷ୍ଟି ହେଉଛି । ଏହି ସଂସ୍କୃତ ବିଦ୍ୟା ନିକେତନରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଶିକ୍ଷାଦାନ କରାଯାଉଛି । ୨୦୧୭ ମସିହାରୁ ଗଣିତ ଶିକ୍ଷକ ଓ ବିଜ୍ଞାନ ଶିକ୍ଷକ ଏହି ବିଦ୍ୟା ନିକେତନନରୁ ଅବସର ନେବା ପରେ ଆଜି ପର୍ଯ୍ୟନ୍ତ ତାଙ୍କରି ପରିବର୍ତ୍ତେ ଶିକ୍ଷକ ପଦବୀ ପୂରଣ କରାଯାଇ ନାହିଁ । ଏଣୁ ବତ୍ତର୍ମାନ ପରିସ୍ଥିତିରେ ଦଶମ ଶ୍ରେଣୀ ଅଧ୍ୟାପନା ନିମନ୍ତେ ବାଧାସୃଷ୍ଟି ହେଉଛି । ଏଣୁ ଏହି ସମସ୍ୟାକୁ ହୃଦବୋଧ କରି ପ୍ରଶାସନ ତଥା ବିଭାଗୀୟ ଉଚ୍ଚ ପଦାଧିକାରୀ ଦୃଷ୍ଟିଦେଇ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଦାବି ହେଉଛି । ଫଳରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଉପକୃତ ହେବେ ।

Leave A Reply

Your email address will not be published.