oom

ଲଣ୍ଡାପଥର ଓ ପାଣ୍ଢେଲ ପ୍ରାଥମିକ ସ୍କୁଲର ନୂତନ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବ୍ଲକ୍ ଅଧ୍ୟକ୍ଷା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ୨ଟା ସମୟରେ ଲଣ୍ଡାପଥର ପଞ୍ଚାୟତର ଲଣ୍ଡାପଥର ପର୍ଶୁରାମ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ବ୍ଲକ ଅଧ୍ୟକ୍ଷାଙ୍କ ‌ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଲଣ୍ଡାପଥର ସରପଞ୍ଚ ସୁଶୀଲା କୁମ୍ଭାର, ହାଇସ୍କୁଲ କମିଟିର ସଭାପତି ବୁଡକୁ ନାଏକ, ସଂପାଦକ ତ୍ରିନାଥ ବୁଦ୍ଦିଆ, ପ୍ରଧାନ ଶିକ୍ଷକ ସତ୍ୟବ୍ରତ ମହାକୁଡ଼ ସହ ସଭ୍ୟ ଶୀବ କର୍ମି, ଛତୀଶ କ୍ଷେତି, ସୁଶାନ୍ତ ଭୋଇ, ଜନ୍ମଜୟ କ୍ଷେତି କେଶବ ସାହୁ, ସଞ୍ଜୟ ଭୋଇ ବିକୟମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଅପରାହ୍ନ ୪ଟା ସମୟରେ ମହଲାଇ ପଞ୍ଚାୟତ ପାଣ୍ଢେଲ ଗାଁରେ ମଧ୍ୟ ୯ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କୋଠରୀର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ତନୟା ସାହୁ, ସ୍ଥାନୀୟ ସମିତି ସଭ୍ୟ ତଥା ପୂର୍ବ ବ୍ଳକ ଅଧ୍ୟକ୍ଷ ଦିଲିପ ମହାନ୍ତି ସହ ସୁଦାମ ପଧାନ, କଳାକାହ୍ନୁ ସା, ବ୍ୟାସଦେବ ଭୋଇ, ଧୃବଚରଣ ତ୍ରିପାଠୀ, ଚୈତନ୍ୟ ବି‌ଶ୍ୱାଳ, ରଜନୀକାନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.