ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ହାତୀଶାଲପଡ଼ା ନିବାସୀ ଆକୁଳ ବଗର୍ତ୍ତି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ଜଣାଇଛନ୍ତି ଯେ, ତାଙ୍କ ବୟସ ଷାଠିଏ ବର୍ଷରୁ ଅଧିକ ହୋଇଥିବା ବେଳେ ଅସୁସ୍ଥତା ଯୋଗୁଁ କୌଣସି କାମଧନ୍ଦା କରି ପାରୁନାହାନ୍ତି । ତେବେ ତାଙ୍କ ପରିବାରର ସମସ୍ତେ ତାଙ୍କ ଉପରେ ନିର୍ଭର କରୁଛନ୍ତି । ହେଲେ ରୋଜଗାର କରିବା ଭଳି ତାଙ୍କର ଅବସ୍ଥା ନାହିଁ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ବି କେହି ତାଙ୍କ କଥା ଶୁଣୁ ନଥିବା ସେ ଅଭିଯୋଗ କରି ଜିଲ୍ଲାପାଳଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

error: Content is protected !!