om academy

ତୁରନ୍ତ ଭଞ୍ଜନଗର ବସ ଷ୍ଟାଣ୍ଡକୁ କାର୍ୟ୍ୟକ୍ଷମ କରିବାକୁ ଦାବୀ : ଜନଆନ୍ଦୋଳନ ପାଇଁ ଚେତାବନୀ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଭଞ୍ଜନଗର ନୂତନ ବସ ଷ୍ଟାଣ୍ଡ ଉଦଘାଟନକୁ ୨ବର୍ଷ ବିତି ଯାଇଥିଲେ ମଧ୍ୟ ତାହା ଆଜି ପର୍ୟ୍ୟନ୍ତ କାମରେ ଲାଗୁନି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସ୍ଥାୟୀ ବସ ଷ୍ଟାଣ୍ଡରେ କୌଣସି ପ୍ରକାର ସୁବିଧା ନଥିବାରୁ ଯାତ୍ରୀମାନେ ଖରା ତରାରେ ଦୀର୍ଘ ସମୟ ପର୍ୟ୍ୟନ୍ତ ଅପେକ୍ଷା କରୁଛନ୍ତି । ବର୍ତ୍ତମାନ ପ୍ରବଳ ଖରା ଓ ଗରମ ହେଉଥିବା ବେଳେ ଯାତ୍ରୀଙ୍କ ପାଇଁ ଜଳଛତ୍ର କି ଶୌଚାଳୟର ସୁବିଧା ନାହିଁ । କେବଳ ସେମାନଙ୍କ ପାଇଁ ଗଛ ଛାଇ ହିଁ ଭରସା । ଏସବୁକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ ଫୋରମ ତରଫରୁ ଏକ ଦାବୀପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଦିଆଯାଇଛି । ଏଥିରେ ତୁରନ୍ତ ନୂତନ ବସ ଷ୍ଟାଣ୍ଡ କାର୍ୟ୍ୟକ୍ଷମ କରା ନଗଲେ ଆସନ୍ତା ମେ ମାସ ପ୍ରଥମ ରବିବାର ଦିନ ଫୋରମ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବେ ଅବା ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ଉପଦେଷ୍ଟା ଡ଼. କମ୍ବୁପାଣି ସାମନ୍ତ, ସଭାପତି ସୋମନାଥ ନାୟକ, ସମ୍ପାଦକ ରବୀନ୍ଦ୍ର ନାଥ ଆଚାର୍ୟ୍ୟ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଶିବରମ ପଣ୍ଡା ଉପସ୍ଥିତ ଥିଲେ ।

Leave A Reply

Your email address will not be published.