oum

ଭାଲୁ ଆକ୍ରମଣରେ ୫ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

jsm

ନୀଳଗିରି : ନୀଳଗିରି ମିତ୍ରପୁର ଅଞ୍ଚଳରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ଭାଲୁ । ଏହି ଆକ୍ରମଣରେ ଜଣେ ଶିଶୁ ସମେତ ୫ ଜଣ ଗୁରୁତର । ଗୁରୁତରଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କାଟପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମିତ୍ରପୁର ଅଞ୍ଚଳରେ ଜଣେ ମହିଳା ଓ ୩ ପୁରୁଷଙ୍କ ସମେତ ଜଣେ ୯ ବର୍ଷର ଶିଶୁକନ୍ୟାକୁ ବି ଆକ୍ରମଣ କରି ଗୁରୁତର କରିଛି ରକ୍ତ ମୁଖା ଭାଲୁ । ଗୁରୁତର ହୋଇଥିବା ବ୍ୟକ୍ତିମାନେ ହେଲେ ଲଛମନ ସିଂ, ଭାରତୀ ପାତ୍ର, ସୁକୁରା ସିଂ, କିଶୋର ସିଂ ଓ ଶିଶୁ ଜଲି ପାତ୍ର । ସ୍ଥାନୀୟ ବନ ବିଭାଗର କର୍ମଚାରୀ ହସ୍ପିଟାଲରେ ପହଞ୍ଚି ଗୁରୁତରମାନଙ୍କୁ ଭେଟିଛନ୍ତି । ଏହା ପୂର୍ବରୁ ମଧ୍ୟ ନୀଳଗିରି ଅଞ୍ଚଳରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି ।

Leave A Reply

Your email address will not be published.