jayashree

ଭାଜପା କଂଟାବାଂଜିର ଖବରଦାତା ସମ୍ମିଳନୀ : ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତକୁ ନିନ୍ଦା, ଫମ୍ପା ପ୍ରତିଶୃତି ଦେଇ ପଂଚାୟତ ନିର୍ବାଚନୀ ପାଇଁ ସଜବାଜ

କଂଟାବାଂଜି, (ମନୀଶ କମୁାର ହଂସ) : ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଶିବାଜି ମହାନ୍ତିଙ୍କ ଦ୍ୱାରା ମଂଗଳବାର ଦିନ ସ୍ଥାନୀୟ ହରିଭବନର ସଭା ଗୃହରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଖବରଦାତା ସମ୍ମିଳନୀରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଚ୍ଚ ୧୦ ତାରିଖ ନୂଆପଡା ଜିଲ୍ଲା ଖରିଆର ଗସ୍ତକୁ ନିନ୍ଦା କରିଛି ଭାଜପା । ଜିଲ୍ଲା ସଭାପତି ମହାନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଗସ୍ତର ପ୍ରତିକ୍ରିୟାରେ ସୂଚନା ଦେଇ କହିଛନ୍ତି ଆଗାମୀ ପଂଚାୟତ ନିର୍ବାଚନରେ ଭାଜପାର କାର୍ଯ୍ୟକଳାପ ଏବଂ କେନ୍ଦ୍ରର ବହୁମୁଖୀ ଯୋଜନା ଜନସାଧାରଣଙ୍କ ନିକଟରେ ପହଂଚି ପାରୁଥିବାରୁ ବିଜେଡି ଭୟଭୀତ ହୋଇ ଫମ୍ପା ନିର୍ବାଚନୀ ପ୍ରତିଶୃତି ଦେଉଛି । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନୀ ଏବଂ ଶିଲାନ୍ୟାସ ନାମରେ ପଶ୍ଚିମ ଓଡିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କହିଛନ୍ତି । ଏପରିକି ଚାରି ଶହ କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କରିଥିବା ବେଳେ ଚାରି ଟଙ୍କାର କାର୍ଯ୍ୟ ଆରମ୍ଭ କରି ନଥିବା କହିଛନ୍ତି । ଯାହା ଗତ ବିଜେପୁର ଉପ ନିର୍ବାଚନର ଫମ୍ପା ପ୍ରତିଶୃତି ଉଦାହରଣ ଅଟେ । ସେହିପରି ପଶ୍ଚିମ ଓଡିଶାର ଅନୁନ୍ନତ ନୂଆପଡାବାସୀଙ୍କୁ ଫମ୍ପା ପ୍ରତିଶୃତି ଦେଇ ପଂଚାୟତ ଓ ପୌର ନିର୍ବାଚନୀ ବୈତରଣି ପାର ହେବା ପାଇଁ ଏହି ନୂଆପଡା ଜିଲ୍ଲା ଗସ୍ତକୁ ଭାଜପା ଦୃଢ ବିରୋଧ କରେ ବୋଲି ସମ୍ମିଳନୀର ପ୍ରକାଶ କରିଛନ୍ତି ଜିଲ୍ଲା ସଭାପତି ମହାନ୍ତି । ଏପରିକି ମୂଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ଥକୁ ନେଇ ଜିଲ୍ଲାର ପ୍ରତ୍ୟେକ ପଂଚାୟତ ଏବଂ ବ୍ଲକରେ ମନ୍ତ୍ରୀଠାରୁ ବିଧାୟକ ଡେରା ପକାଇଥିବା ବେଳେ ଚାଷୀମାନଙ୍କ ଧାନ ମଣ୍ଡିରୁ ଉଟୁ ନଥିବା ନେଇ ଦିନେ ହେଲେ ବୁଲି ଦେଖି ନ ଥିବାକୁ ମଧ୍ୟ ଭାଜପା ଘୋର ନିନ୍ଦା କରିଥିବା କହିଛି । ଅନ୍ୟ ମାନଙ୍କ ମଧ୍ୟରେ ଭାଜପା କଂଟାବାଂଜି ବିଧାୟକ ପ୍ରାର୍ଥି ତଥା ସଂପାଦକ ଲକ୍ଷ୍ମଣ ବାଗ, ଯୁବ ଭାଜପା ନେତା ଚୈତନ ଅଂଶ ସହ ବହୁ ଭାଜପା ନେତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.