csstore

ନବବର୍ଷ ଅବସରରେ ବଂଜାରୀ ଅଲେଖ ମହିମା ଆଶ୍ରମରେ ଧୂନୀ ଘୃତ ଯଜ୍ଞ ଓ ଭଜନ ସମାରୋହ ଅନୁଷ୍ଠିତ

  • ଆସୁରିକ ଭୋଜି ଭାତରୁ ଦୂରେଇ ରହିଲେ ଆତ୍ମଶୁଦ୍ଧି ଉନ୍ନତି ପଥର ପାରିଦର୍ଶିତା ଲାଭ ହେବ : ମହିମାଧିଷ୍ଠ ବ୍ରହ୍ମଧୂତ୍ତ ବାବା କୃପାନିଧିଦାସ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବର୍ଥଲା ଗ୍ରା.ପ. ଅନ୍ତର୍ଗତ ବଂଜାରୀ ସ୍ଥିତ ଅଲେଖ ମହିମା ଆଶ୍ରମଠାରେ ମଠାଧିଶ କୃପାନିଧି ଦାସଙ୍କ ତତ୍ୱାବଧାନ ଓ ଉପସ୍ଥିତିରେ ଅଞ୍ଚଳର ଜନସାଧାରଣ, ଭକ୍ତଙ୍କ ସାହାଯ୍ୟ ସହଯୋଗରେ ବିଶ୍ୱ କଲ୍ୟାଣ ନିମନ୍ତେ ନୂଆ ବର୍ଷ ଅବସରରେ ଧୂନୀ ଘୃତ ଯଜ୍ଞ ଓ ଅଲେଖ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ପୁଣ୍ୟ କାର୍ୟ୍ୟକ୍ରମରେ ନର୍ଲା, କଳାହାଣ୍ଡି ଅଲେଖ ମହିମା ଆଶ୍ରମର ମଠାଧିସ ପ୍ରଭାକର ଦାସ ଯୋଗ ଦେଇ ପ୍ରବଚନ ଦେଇଥିଲେ । ବର୍ତ୍ତମାନ ଯୁଗରେ ଆସୁରିକ ଖାଦ୍ୟପେୟ ଅଭ୍ୟାସରେ ପରିଣତ କରିବା ଫଳରେ ଅଳ୍ପାୟୁ ହେବାକୁ ପଡୁଛି ଏବଂ ନୂତନ ବର୍ଷ ପାଳନ ଅବସରରେ ଆସୁରିକ ଭୋଜି ଭାତ କରି ହଜାର ହଜାର ନୀରିହ ପଶୁ ପକ୍ଷୀ ହତ୍ୟା ନକରି ନିରାକାର ପରଂବ୍ରହ୍ମ ଅଲେଖ ଶରଣାପନ୍ନ ହେଲେ ମାନବ ଜନ୍ମରେ ନିଜର ପାରଦର୍ଶିତା କରି ଉନ୍ନତି ପଥ ହାସଲ କରିପାରିବ ବୋଲି ପରାମର୍ଶ ଦେଇଥିଲେ । ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ କରାଯାଇଥିଲା । ଅଂଚଳର ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଯୋଗଦେଇ ମଠରେ ନୂଆ ବର୍ଷ ମନାଇ ଥିଲେ ଓ ପୁଣ୍ୟ ଅର୍ଜନ କରିଥିଲେ ।

jayashree
Leave A Reply

Your email address will not be published.