ppurohit

ଫସଲ ବୀମା ରାଶି ପ୍ରଦାନରେ ଅନିୟମିତତା ପ୍ରତିବାଦରେ ତହସିଲ ଅଫିସ ଘେରାଉ : ଧାରଣାରେ ଚାଷୀଙ୍କ ସହ ବସିଲେ ପୂର୍ବତନ ମନ୍ତ୍ରୀ

2nd

ସଇଁନ୍ତଲା, (ଅଜିତ କୁମାର ସାହୁ) : କଥାରେ ଅଛି ‘ଚାଷ କାମ ଯାହାର, କେତେ ସୁଖ ତାହାର’ । ହେଲେ ଏହା ଆଜି ବିପରୀତ ହୋଇଛି- ‘ଚାଷ କାମ ଯାହାର, କେତେ ଦୁଃଖ ତାହାର’ । ତେବେ ଆଜି ଗତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ମାନଙ୍କୁ ବୀମା ରାଶି ପ୍ରଦାନରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ଶତାଧିକ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଝିଙ୍କିଡୁଙ୍ଗୁରୀ ଗ୍ରାମ ପଞ୍ଚାୟତର ଚାଷୀମାନେ ଧାରଣ ସ୍ଥଳରେ ବସି ତହସିଲ ଅଫିସ ଘେରାଉ କରିଥିଲେ । ତେବେ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ଚାଷୀଙ୍କ ସହ ତଳେ ବସିଥିବା ବେଳେ ଏବେ ଏହା ଆଲୋଚନାର ବିଷୟ ପାଲଟିଛି।

ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଝିଙ୍କିଡୁଙ୍ଗୁରୀ ଗ୍ରାମର ଅନେକ ଚାଷୀ ୨୦୧୯ ମସିହାରେ ରୁଏଲ ସୁନ୍ଦରରମ ଜେନେରାଲ ଇନସୁରେନ୍ସେ କମ୍ପାନୀଠାରେ ଅନଲାଇନ ମାଧ୍ୟମରେ ବୀମା କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଉକ୍ତ କମ୍ପାନୀ ମନଇଚ୍ଛା ଚାଷୀଙ୍କୁ ବୀମା ରାଶି ପ୍ରଦାନ କରିଥିବା ବେଳେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହାର ପ୍ରତିବାଦରେ ଶତାଧିକ ଚାଷୀ ଧାରଣା ଦେଇଥିଲେ । ତେବେ ଘଟଣା ସ୍ଥଲରେ ସଇଁନ୍ତଳା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ ଓ ସଇଁନ୍ତଲା ପୁଲିସ ଚାଷୀଙ୍କୁ ବୁଝୁସୁଝା କରିବା ପରେ ଧାରଣାରୁ ଓହରି ଥିଲେ ଚାଷୀମାନେ । ଏନେଇ ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ ମଧ୍ୟ କରିଛନ୍ତି ।

ଏଥିରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଝିଙ୍କିଡୁଙ୍ଗୁରୀ ସରପଞ୍ଚ ବଜରଙ୍ଗ ଜୈନ, ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ବେଲଗାଁ ସମିତି ସଭ୍ୟ ଦୀପକ ଅଗ୍ରୱାଲ, ଶଙ୍କର ମାଝୀ, ମାନସ ଆଚାର୍ୟ୍ୟ, କୃଷ୍ଣ ଚନ୍ଦ୍ର ମାଝୀ, କପିଳେନ୍ଦ୍ର ବାଗ, ହେମରାଜ ମାଝୀ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ । ଯଦି ପ୍ରଶାସନ ଚାଷୀଙ୍କୁ ଉଚିତ ମୂଲ୍ୟ ରାଶି ପ୍ରଦାନ ନକରେ ତେବେ ଆଗାମୀ ଦିନରେ ରାଜ ରାସ୍ତା ଅବରୋଧ କରିବା ସହ ଜିଲ୍ଲାପାଳଙ୍କ କାର୍ୟ୍ୟଳୟ ଘେରାଉ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.