oom

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ନାତକ ବ୍ୟାଚ୍‌ ବନ୍ଧୁମିଳନରେ ଜାତୀୟ ଯୁବ ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବା ୧୯୮୮ କଳା ସ୍ନାତକ ବ୍ୟାଚ୍‌ର ମହା ବନ୍ଧୁମିଳନ ସ୍ଥାନୀୟ ପଥରଚେପା ଅରୁଣ ମିଶ୍ରଙ୍କ ମନୋରମ ପଞ୍ଚବଟୀ ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାମିଳନରେ ବିଭିନ୍ନ ଜିଲ୍ଲାରୁ ବହୁ ସହପାଠୀ ସପରିବାର ଯୋଗଦେଇଥିଲେ । ଇହଧାମ ତ୍ୟାଗ କରିଥିବା ସହପାଠୀ ମହାଜନ ବେହେରା, ନିମାଇଁ ଚରଣ ସାହୁ, ବିଷ୍ଣୁ ଗୁରୁ, ଜୟଲାଳ ପଧାନଙ୍କୁ ସ୍ମରଣ କରି ବୃନ୍ଦାବନ ମହାକୁରଙ୍କ ଦ୍ୱାରା ପରିଚାଳିତ ମହାମିଳନରେ ପରିବାର ସହ ନିଜନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ ସହିତ ଅଧ୍ୟୟନ ସମୟର ଅନୁଭୁତିକୁ ମନେ ପକାଇଥିଲେ ଏବଂ ପରିବେଶ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରି ଜାତୀୟ ଯୁବ ଦିବସ ପାଳନ କରିଥିଲେ । ଏହି ମିଳନ ଦ୍ୱାରା ସମ୍ପର୍କ ବୃଦ୍ଧିସହ ସହଯୋଗ ହେତୁ ଆଗତ ବାର୍ଦ୍ଧକ୍ୟକୁ କିଛି ମାତ୍ରାରେ ହ୍ରାସ କରିବାରେ ସହାୟକ ହେଉଛି । ଲଳିତ କୁମାର ମିଶ୍ର, ଭଗବାନ ଶତପଥି, ବୃନ୍ଦାବନ ମହାକୁର, ମାନଭଞ୍ଜନ ଯୋଶୀ, ଡଃ. ସଂଗୀତା ରଥ, ଜଶସ୍ୱନୀ ଶ୍ରୀଚହ୍ୱାନ, ସୁକୋମଳ ଦାଶ, ମୀନକେତନ ମାଝୀ, ପବିତ୍ର ପୋଢ, ପ୍ରଭୁଦତ ବେଦବାକ, ସଞ୍ଜୟ କୁମାର ଅଗ୍ରୱାଲ, ସୁବ୍ରତ ମିଶ୍ର, ସୁବ୍ରତ ପଟ୍ଟନାୟକ, ସୁମନ କୁମାର ସତପଥି, ଦୟାନିଧି ଧଳ, ଜୟ ପ୍ରକାଶ ଅଗ୍ରୱାଲ, ବୈବସୁତ ବିଶ୍ୱାଲ, ପବିତ୍ର ପୋଢ଼, ରାଜେଶ ମିଶ୍ର, ହରିବୋଳ ଦଣ୍ଡସେନା, କମଳ କୁମାର ଅଗ୍ରୱାଲ, ସଦାନନ୍ଦ ଛତ୍ରିଆ, ଆହେନସ୍‌ ନାଗ, ଦିଲ୍ଲୀପ କୁମାର ମିଶ୍ର, ସଦାନନ୍ଦ ପସାୟତ, ବିଭୁତି ଭୁଷଣ ସାହୁ, ଅନୋଜ କୁମାର ଭୁକ୍ତା ପ୍ରମୁଖ ଯୋଗଦେଇ ବନ୍ଧୁମିଳନର ପରିସରକୁ ବୃଦ୍ଧିକରିବା ପାଇଁ ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ପ୍ରତି ବର୍ଷ ଏକ ନିର୍ଦ୍ଧିଷ୍ଟ ଦିନରେ ବନ୍ଧୁମିଳନ ଆୟୋଜନ କରିବା ପାଇଁ ମତ ପ୍ରକାଶ ପାଇଥିଲା ।

jittmm
Leave A Reply

Your email address will not be published.