oom

ପଦ୍ମପୁର ଉପଖଣ୍ତ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ସଫଳ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପଦ୍ମପୁର, ପାଇକମାଲ, ଝାରବନ୍ଦ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ସମେତ ଯାନ ବାହନ ଚଳାଚଳ ଠପ୍‌ ହୋଇଯାଇଛି । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ମନମୁଖୀ ଶାସନ ସମୟରେ ଅହେତୁକ ତୈଳଦର ଯଥା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ହୁ ହୁ ହୋଇ ବଢାଇବାରେ ଲାଗିଛନ୍ତି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।

ଏଇ ସବୁ ଦୃଷ୍ଟିରେ ପଦ୍ମପୁର ବ୍ଲକ କଂଗ୍ରେସ ସଭାପତି ଚମ୍ପକେଶ୍ବର ପୁରୋହିତ ଏବଂ ଟାଉନ କଂଗ୍ରେସ ସଭାପତି ଦିଲ୍ଲୀପ ଦାନୀଙ୍କ ନେତୃତ୍ଵରେ ନେଇଥିବା ବେଳେ ଏଥିରେ ପଦ୍ମପୁର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ, ଗୌନ୍ତିଆ ସାହୁ, ସୁନୀଲ ଅଗ୍ରୱାଲ, ପଞ୍ଚା ସାହୁ, ନେହେରୁ ତ୍ରିପାଠୀ, ପ୍ରମୋଦ ମିଶ୍ର, ସନ୍ତୋଷ ଶତପଥୀ, କୁହୁରୁ ସାହୁ, ରାଧେ ଭୋଇ, ପ୍ରବୀଣ ରଥ, ରୁପ ବାଗ, ପ୍ରଫୁଲ୍ଲ ସାହୁ, ରୋହିଣୀ ସାହୁ, ଶ୍ରୀବଳ୍ମବ ପାଣିଗ୍ରାହୀ, ଆନନ୍ଦ ପାତ୍ର, ଜିତେଶ୍ବରୀ ଦାସ, ଅଖିଳ ପୁରୋହିତ, ବେଣୁ କାଣ, ମାୟାଧର ସୁନା, ଅରୁଣ ଦାନୀ, ପ୍ରଦୀପ ସାହୁ, ପ୍ରଦୀପ ବେହେରା, ବୁଡୁସନ ବର୍ଷା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପାଇକମାଲ ବ୍ଲକ କଂଗ୍ରେସ କମିଟି ତରଫରୁ କଂଗ୍ରେସ କମିଟି ବ୍ଲକ ସଭାପତି ବିନୋଦ ବିହାରୀ ବିଶ୍ବାଳଙ୍କ ନେତୃତ୍ବରେ ପାଇକମାଲ ମୁଖ୍ୟଛକରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ସଫଳ କରାଯାଇଥିଲା । ଏଥିରେ ଜିଲ୍ଲା କଂଗ୍ରେସ କମିଟି ବିନୋଦ କାଲିଆ, ଅଶ୍ବିନୀ ପଟେଲ, ପ୍ରମୋଦ ଥାଟୀ, ପ୍ରାଣବନ୍ଦୁ ଦାଶ, ସୁରେନ୍ଦ୍ର ସାହୁ, ବୈବସୁତ ପ୍ରଧାନ, ସାଗର ସାହୁ, ଭଗବାନ ସାହୁ ପ୍ରମୁଖ ବନ୍ଦ ପାଳନ ସଫଳ କରିଥିଲେ । ସେହିପରି ଝାରବନ୍ଦ ବ୍ଲକ କଂଗ୍ରେସ କମିଟି ତରଫରୁ ଝାରବନ୍ଦ ବ୍ଲକ କଂଗ୍ରେସ କମିଟି ସଭାପତି ମୁଜାଫର ହୁସେନଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବୀରଦତ୍ୟ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହାରାଧନ ସାହୁ, ଅଜିତ ପୋଢ, ଘନଶ୍ୟାମ ବନଛୋର, ମୀନା ବାଗ, ଦୁଃଖିଶ୍ୟାମ ପଟେଲ, ମହେଶ୍ୱର ବାଗ, ଗୋବିନ୍ଦ ପଟେଲ, ସହଦେବ ବାଗ, ମୁନୁ ମୁନା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.