ବୁଡାମାଲ ଗ୍ରାମବାସୀ ବିଦ୍ୟୁତ ସେବାରୁ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମବାସୀ ପ୍ରାୟ ଦିନ ହେବ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛନ୍ତି । ପଦ୍ମପୁର ବିଦ୍ୟୁତ ବିଭାଗ ଖାମଖିଆଲି ମନୋଭାବ କରି ଚାଲିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବୁଡାମାଲ ଗାଁର ଗଜର ହାତୀଙ୍କ ଠାରୁ ପ୍ରାୟ ୮୦/୯୦ ହଜାର ଟଙ୍କା ଖାଇ ଲାଇନ୍ ଲଗାଇ ଦେବୁ ବୋଲି ଠକିଛି ପଦ୍ମପୁର ଲାଇନ୍ ବିଭାଗ ଓ ଶ୍ରୀ ହାତୀ ଲାଇନ୍ ଲଗାଇବା ପାଇଁ ଦୌଡି ଦୌଡି ହଇରାଣ ହେଲେଣି । ଆହୁରି ଟଙ୍କା ଦାବୀ କରି ବିପିଏଲ ଲାଇନକୁ କାଟି ଦେଇଛନ୍ତି କିଛି ଦୁର୍ଦ୍ଦାନ୍ତ ଅଫିସର । ଯାହାକି ଲାଇନ୍ ପାଇବାରୁ ବଞ୍ଚିତ ହୋଇଛନ୍ତି ବୁଡାମାଲ ଗ୍ରାମବାସୀ । ଗଜରଙ୍କ ଠାରୁ ନ ମିଳିବାରୁ ଆହୁରି ଟଙ୍କା ଏ ପଟରୁ ଲାଇନ୍ କାଟି ବସ୍ତି ପଟରୁ ଯୋଡା ଯାଇଥିଲା । ହେଲେ ଅଧିକ ଲୋଡ ପଡିବାରୁ ବସ୍ତିର ମଧ୍ୟ ଟ୍ରାନ୍ସଫରମର ଖରାପ ହୋଇ ବିପିଏଲ ତାର ପୋଡି ଯାଇଛି । ବାରମ୍ବାର ଏ ବିଷୟରେ ବିଦ୍ୟୁତ ବିଭାଗ ଏସଡିଓ, ସେକ୍ସନାଲ ଅଫିସର, ଜେଇଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା । କିନ୍ତୁ ଅଭିଯୋଗଟିକୁ ରଖି ନାହାନ୍ତି । ତେବେ ତୁରନ୍ତ ଭୁବନେଶ୍ବର ଶକ୍ତି ବିଭାଗର ମୁଖ୍ୟ ଲାଇନ୍ ଯୋଡିବାକୁ ପଦ୍ମପୁର ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେଇ ଲାଞ୍ଚ ନେଇଥିବା କର୍ମଚାରୀମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ କରିବାକୁ ବୁଡାମାଲ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!