ବନମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ୭୨ତମ ବନମହୋତ୍ସବ

  • “ଗଛ ବଞ୍ଚିଲେ ଆମେ ବଂଚିବା” – ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ତ୍ତଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ସ୍ତରୀୟ ୭୨ତମ ବନମହୋତ୍ସବ ସୋନପୁର ସହର ନିକଟସ୍ଥ ଝିଙ୍କିଠାରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଯୋଜନା ଓ ସଂଯୋଜନା, ବାଣିଜ୍ୟ ଓ ପରିବହନ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗଛ ବଞ୍ଚିଲେ ଆମେ ବଞ୍ଚିବା ବୋଲି କହିବା ସହ ଅଧିକରୁ ଅଧିକ ବୃକ୍ଷ ରୋପଣ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତିା ଏହି ମହୋତ୍ସବ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ସୀତାରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଜିଲ୍ଲା ବନଖଣ୍ଡ ଅଧିକାରୀ, ସୁବର୍ଣ୍ଣପୁର ସୁଶାନ୍ତ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସିଏଫ ସୁଶୀଲ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ବୃକ୍ଷ ଓ ପ୍ରକୃତିକୁ ଭଲପାଇ ବୃକ୍ଷ ରୋପଣ ଓ ଉଚିତ ରକ୍ଷଣା ବେକ୍ଷଣ ସହ ଜଙ୍ଗଲ ସୃଷ୍ଟି କରି ପରିବେଶକୁ ସୁସ୍ଥ ଏବଂ ଶୃଙ୍ଖଳିତ ରଖିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ହେତୁ ବୀରମହାରାଜପୁର ଉପଖଣ୍ଡ, ବାଘପାଲି ବନ ସଂରକ୍ଷଣ ସମିତି ଓ ସୋନପୁର ଉପଖଣ୍ଡ କନ୍ଧପାଲି ବନ ସଂରକ୍ଷଣ ସମିତିଙ୍କୁ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ବୃନ୍ଦ ଉଭୟଙ୍କୁ ବିଜୁ ପଟ୍ଟନାୟକ ମାନପତ୍ର ସହ ୨୦,୦୦୦ (କୋଡିଏ ହଜାର) ଲେଖାଁଏ ପୁରସ୍କାର ରାଶି ପ୍ରଦାନ କରିଥିଲେ । ସମସ୍ତ ଅତିଥି ବୃନ୍ଦ ଏହି ଅବସରରେ ବୃକ୍ଷ ରୋପଣ କରି “ଗଛ ଲଗାଇବା ଜୀବନ ବଞ୍ଚାଇବା” ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ବନମହୋତ୍ସବ ସପ୍ତାହ ପାଳନ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଜୁଲାଇ ୭ ତାରିଖରେ ସମାପନ ହେବ । ଏହି ସମୟ ମଧ୍ୟରେ ଜିଲ୍ଲାର ସୋନପୁର, ଉଲୁଣ୍ଡା ଓ ବିନିକା ବନ ସୁରକ୍ଷା ସମିତି ତରଫରୁ ପ୍ରତ୍ୟେକ ୨୫ ସମିତି (ସମୁଦାୟ ୭୫ ସମିତି) ମାଧ୍ୟମରେ ସ୍ଥାନୀୟ ଜନ ପ୍ରତିନିଧି, ଭିଏସଏସ କର୍ମକର୍ତ୍ତାଙ୍କ ସହଯୋଗରେ ୮ଲକ୍ଷ ୧୬ ହଜାର ୧୨୦ ବିଭିନ୍ନ କିସମର ଜଙ୍ଗଲୀ ଦୀର୍ଘସ୍ଥାୟୀ, ଫାଶି, ଜାମୁ, କରଞ୍ଜ, ନିମ୍ୱ ତଥା ଔଷଧୀୟ ବୃକ୍ଷ ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଆଜିର ଏହି ଅବସରରେ ନିକଟସ୍ଥ ବନ ସଂରକ୍ଷଣ ସମିତିର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସାମ୍ବାଦିକ, ଜିଲ୍ଲା ସ୍ତରୀୟ ଅଧିକାରୀ, ବନ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.