ବଲାଙ୍ଗିର ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୦୯ : ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୬୮, ବଲାଙ୍ଗିର ପୌରାଂଚଳରୁ ୩୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏବେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୯ ରହିଥିବା ବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୬୮ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୩୭ ଜଣ ଚିହ୍ନଟ ହୋଇଛନ୍ତି । ୱାର୍ଡ ନଂ.୧୦ରୁ ୧, ୧୧ରୁ ୩, ୧୪ରୁ ୧, ୧୧ରୁ ୯, ୧୫ରୁ ୨, ୧୭ରୁ ୧, ୧୯ରୁ ୨, ୨ରୁ ୩, ୨୦ରୁ ୫, ୨୧ରୁ ୩, ୫ରୁ ୧ ଓ ୬ରୁ ୬ ଜଣ । ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନଂ.୧୧ରୁ ୨, ୧୨ରୁ ୨, ୧୪ରୁ ୪, ୨ରୁ ୪, ୩ରୁ ୫, ୪ରୁ ୨, ୫ରୁ ୨, ୪ରୁ ୪, ୭ରୁ ୫, ୮ରୁ ୧୦ ଓ ୯ରୁ ୧ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି । ସେହିପରି ଆଗଲପୁର ବ୍ଲକ ଫାସଡ଼ ଓ ଡୁଡ଼ୁକା ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ବଏଦିପାଲି ଗ୍ରା.ପ.ରୁ ଜଣେ, ଭୁଣ୍ଡିମୁହାଣ ଗ୍ରା.ପ.ରୁ ୨ ଜଣ, ଢୁଲୁସର ଗ୍ରା.ପ.ରୁ ଜଣେ, ଭୁତିଆରବାହାଲ ଗ୍ରା.ପ.ରୁ ୨ ଜଣ, ମନହୀରା ଗ୍ରା.ପ.ରୁ ୨ ଜଣ ଓ ଶିବତଲା ଗ୍ରା.ପ.ରୁ ୫ ଜଣ, ବଙ୍ଗୋମୁଣ୍ଡା ବ୍ଲକ ଭୁର୍ଷୁଗୁଡ଼ା ଓ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡ଼ା ବ୍ଲକ ବେହେରାମୁଣ୍ଡା ଗ୍ରା.ପ.ରୁ ୩, ବେଲପଡ଼ା ଗ୍ରା.ପ.ରୁ ୫ ଓ ଘାଗୁର୍ଲି ଗ୍ରା.ପ.ରୁ ୨, କଂଟାବାଂଜି ଏନ୍‌ଏସି. ୱାର୍ଡ ନଂ. ୧୦ରୁ ୨, ୨ରୁ ୩, ୩ରୁ ୩, ୬ରୁ ୧, ୮ରୁ ୨ ଓ ୯ରୁ ଜଣେ, ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ, ଲାଠୋର ଓ ପଡ଼ିଆବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ଲୋଇସିଂହା ବ୍ଲକ ରେଙ୍ଗାଲି, ବୁର୍ଡା, ହୀରାପୁର ଓ ଗୋପାଲପୁର ଗ୍ରା.ପ.ରୁ ଜଣେ ଲେଖାଏଁ, ମୁରିବାହାଲ ବ୍ଲକ ମୁରିବାହାଲ, ବ୍ରାହ୍ମଣୀ, ଚନାବାହାଲ, ଲେବଡା ଓ ବାନ୍ଧୁପଲା ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ବ୍ଲକ ଭଇଁଷା ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୦ରୁ ଜଣେ, ୧୪ରୁ ୨, ୧ରୁ ୨, ୩ରୁ ୧ ଓ ୭ରୁ ୧, ପୁଇଁନ୍ତଲା ବ୍ଲକ ଗଇଁନ୍ତଲା ଗ୍ରା.ପ.ରୁ ୬, ମହିମୁଣ୍ଡା ଗ୍ରା.ପ.ରୁ ୧୪ ଓ ପୁଇଁନ୍ତଲା ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଳକ ବଡ଼ମାଲ ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ବ୍ଲକ କୁଶକେଲା ଗ୍ରା.ପ.ରୁ ଜଣେ, ଖୋଲାନ ଗ୍ରା.ପ.ରୁ ଜଣେ, ତୁରେକେଲା ବ୍ଲକ ବଡ଼ବାଙ୍କି, ଚଟୁଅନ୍‌କା, ଘୁନେଷ, କୁଇବାହାଲ, କୁଷପାଲି ଓ ତୁରେକେଲା ଗ୍ରା.ପ.ରୁ ଜଣେ ଲେଖାଏଁ ଏବଂ ତୁଷୁରା ଏନ୍‌ଏସି ୱାର୍ଡ ନଂ.୨ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି ।

Leave A Reply

Your email address will not be published.