jayashree

ପ୍ରଭାକର ରଥ ଜନ୍ମ ଶତବାର୍ଷିକୀରେ ପଣ୍ଡିତ କବିରାଜ ନାରାୟଣ ମିଶ୍ର ସ୍ମୃତି ସ୍ମାରକୀ ବକ୍ତୃତା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଭାକର ରଥ ସ୍ମୃତି ସମିତି ତରଫରୁ ବିଶିଷ୍ଟ କବିରାଜ ପଣ୍ଡିତ ନାରାୟଣ ମିଶ୍ରଙ୍କ ସ୍ମୃତି ସ୍ମାରକୀ ବକ୍ତୃତା ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ଭାବରେ ଡାକ୍ତର ପରମେଶ୍ୱର ମିଶ୍ର ଯୋଗଦେଇ ତଟୁକା ଚିକିତ୍ସା ସମ୍ପର୍କରେ ଆଲୋଚନା କରି କହିଲେ ଯେ ବୈଜ୍ଞାନିକ ପଦ୍ଧତିରେ ଆମେ ଚିକିତ୍ସା କଲେ ମଧ୍ୟ ସାଂପ୍ରତିକ ସମୟରେ ତୁଟୁକା ଚିକିତ୍ସାକୁ ବାଦ ଦେଇ ପାରିବା ନାହିଁ । ରାଜେନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କବିରାଜଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ସଭାକୁ ସଂଯୋଜନା କରିଥିଲେ ସଂଗଠକ ମଧୁ ସାହୁ । ସଭା ଆରମ୍ଭରେ ଜ୍ୟୋତି ରଂଜନ ମିଶ୍ର ଅତିଥିମାନଙ୍କ ପରିଚୟ ଦେଇଥିବା ବେଳେ ପଣ୍ଡିତ ଅଚ୍ୟୁତାନନ୍ଦ ଉଦ୍‌ଗାତା ବେଦ ପଠନ କରିଥିଲେ । ଏ ପାର୍ବଣକୁ ସହଯୋଗ କରିଥିଲେ ଦୁର୍ଗା ସାହୁ, ଚୁଡେନ୍ଦ୍ର କୁମାର ବେହେରା, ରତ୍ନମୟ ତ୍ରିପାଠି, ଅରୁଣ ଖୁଆସ, ହୃଷିକେଶ ପୁରୋହିତ, ପ୍ରଶାନ୍ତ ଷଡଙ୍ଗି, କପିଳ ପତି, ଧିରେନ୍ଦ୍ର ନାରାୟଣ ସିଂଦେଓ, ବଳିଷ୍ଠ ପଧାନ, ରଘୁନାଥ ମିଶ୍ର ଓ ମଦନ ମୋହନ ରଥ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁନାଧର ବନଛୋର ।

Leave A Reply

Your email address will not be published.