jayashree

ବଲାଙ୍ଗିର ଜିଲ୍ଲା ପେସାଦାର ସାଂବାଦିକ ସଂଘର ସଧାରଣ ପରିଷଦ ବୈଠକ : ଆନନ୍ଦ ଚନ୍ଦ୍ର ସାହୁ ପୁନଃ ଜିଲ୍ଲା ସଭାପତି ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଉଦ୍ୟାନ ଭବନ ଠାରେ ଜାତୀୟ ସଂଘ ‘ଇଣ୍ଡିଆନ୍‌ ଫେଡେ଼ରେସନ୍‌ ଅଫ୍‌ ୱାର୍କିଂ ଜର୍‌ନାଲିଷ୍ଟ୍‌’ ତଥା ରାଜ୍ୟ ସଂଘ ‘ଉତ୍କଳ ସାମ୍ବାଦିକ ସଂଘ’ ଦ୍ୱାରା ଅନୁବନ୍ଧିତ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ତିନି ବର୍ଷ ପାଇଁ ଜିଲ୍ଲା ସଂଘର ସଭାପତି ଭାବରେ ଆନନ୍ଦ ଚନ୍ଦ୍ର ସାହୁଙ୍କୁ ସର୍ବସମ୍ମତି କ୍ରମେ ପୁଣି ଥରେ ତୃତୀୟ ଥର ପାଇଁ ମନୋନିତ କରାଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜିଲ୍ଲାରୁ ବିଭିନ୍ନ ଅଂଚଳରୁ ଆସିଥିବା ସଦସ୍ୟମାନେ ସଇଁନ୍ତଲା ଉଦ୍ୟାନ ଭବନ ଠାରେ ଏକତ୍ରୀତ ହୋଇଥିଲେ । ସଂଘର ସଭାପତିଙ୍କ ସଭାପତିତ୍ୱରେ ସଂଘୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଭା ପ୍ରାରମ୍ଭରେ କରୋନାରେ ଜୀବନ ହରାଇଥିବା ସମସ୍ତ ସାଥୀବୃନ୍ଦ ଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ସଙ୍ଘୀୟ କାର୍ଯ୍ୟକ୍ରମରେ ବର୍ତ୍ତମାନ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଚର୍ଚ୍ଚା କରାଯାଇଥିଲା । ମୁଖ୍ୟତଃ କୋଭିଡ୍‌ ସମୟରେ ଚାକିରି ହରାଇଥିବା ତଥା ସାଧାରଣ ସମୟରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ସଭା ଚିନ୍ତା ପ୍ରକଟ କରିଥିଲା । ସେହିପରି ବିଭିନ୍ନ କ୍ଷେତ୍ରରେ ପୁଞ୍ଜିପତି ମାଲିକ ତଥା ସରକାରଙ୍କ ମନମାନି କାର୍ଯ୍ୟକଳାପ ଉପରେ ସଂଘ କ୍ଷୋଭ ପ୍ରକାଶ କରିଥିଲା । ସଂଘର ସାଧାରଣ ସଂପାଦକ ବିମଳେନ୍ଦୁ ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ ଆସନ୍ତା ବର୍ଷ ପାଇଁ ସଂଘର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ସଂପାଦକ ଦେବାଶିଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନବ ମନୋନିତ ସଭାପତି ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ ।

କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ସଭ୍ୟ ସୁରେନ୍ଦ୍ର ସିଂଭୋଇ, ସମ୍ମାନିତ ଅତିଥି ଭାବେ ସଇଁନ୍ତଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଓ ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝି ଯୋଗ ଦେଇ ବର୍ତ୍ତମାନ ସମୟରେ ସାମ୍ବାଦିକଙ୍କ ପରିସ୍ଥିତି ଓ ସମାଜକୁ ତାଙ୍କର ଆବଶ୍ୟକତା ଉପରେ ବିଶେଷ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଭ୍ୟ ସତ୍ୟନାରାୟଣ ବେହେରା, କାର୍ଯ୍ୟକାରୀ ସଭାପତି ଅଶ୍ୱିନୀ କୁମାର ନାଏକ, ଉପ-ସଭାପତି ଅଶୋକ ନାରାୟଣ ଭୋଇ, ପୂର୍ବତନ ସଭାପତି ସନ୍ଦୀପ କୁଅଁର, ବରିଷ୍ଠ ସଭ୍ୟ ଗୁରୁଦୟାଲ ହଂସ ଓ ବିଜୟାନନ୍ଦ ଦାଶ ମଞ୍ଚାସୀନ ଥିଲେ । ପରିଶେଷରେ ସଦସ୍ୟ ସଇଁନ୍ତଲା ସାମ୍ବାଦିକ ଅଜିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଗଲପୁର, ଚୁଡାପାଲି, ପାଟଣାଗଡ, କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ସଇଁନ୍ତଲା, ମୁରିବାହାଲ, ସିନ୍ଧେକେଲା ଆଦି ଅଂଚଳର ସଦସ୍ୟ ଜୀବନାନନ୍ଦ ମହାନ୍ତି, ଅନ୍ତିମ ପାଣିଗ୍ରାହୀ, ମୋହନ ସୋନି, ରାଧେ ମେହେର, ହୁଲେଶ୍ୱର ହଂସ, ଦିନେଶ ଜୈନ, ସୁବୋଧ ପାଢି, ସୁଦାମ ଚରଣ ବଘାର, ରାମନାରାୟଣ ବାଗ, ପ୍ରଶାନ୍ତ ମେହେର, ଅଜିତ ପୁରୋହିତ, ବିଜୁ ଦାଶ, ଦୀପକ ଖମାରୀ, ବାଳକୃଷ୍ଣ ମିଶ୍ର, ଚିନ୍ତାମଣି ରାଉତ, ଅଜିତ ମିଶ୍ର, ଲଳିତ ମିଶ୍ର, ଦେବରାଜ ନାହକ, ଶ୍ୟାମ ସୁନ୍ଦର ମେହେର, ବିରଜାନନ୍ଦ ପାଢୀ, ଅଶୋକ ସାହୁ, ଶ୍ୟାମ ପ୍ରସାଦ ଗୁରୁ, ସଇଁ‌ନ୍ତଲା ଆଂଚଳିକ ସା‌ମ୍ବାଦିକ ସଂଘର ସଭାପତି ଦେବେ‌ନ୍ଦ୍ର ଯୋଷୀ, ସଂପାଦକ ବିନେଶ ଗହୀର, ରଂଜିତ ସାହୁ, ଅବିନାଶ ନନ୍ଦ, ରଂଜନ ବାରିକ, ଗୋକୁଳାନ‌ନ୍ଦ ବଗ‌ର୍ତ୍ତି, ଦୀପକ ଅଗ୍ରୱାଲ, ଅନ୍ତର୍ଯ୍ୟାମୀ ସାହୁ, ବିରଂଚି ନାୟକ ଓ ସୁଶିଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.