oum

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ଅନ୍ତର୍ଗତ ଶ୍ରୀଜଗନ୍ନାଥ ସେବା ସଦନର ଷଷ୍ଠ ସ୍ଵ ନକ୍ଷତ୍ର ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

jsm

ଖୋର୍ଦ୍ଧା : ଶ୍ରୀଜଗନ୍ନାଥ ସେବା ସଦନର ଷଷ୍ଠ ସ୍ୱ-ନକ୍ଷତ୍ର ଦିବସ ପାଳନ ଅବସରରେ କରୋନା କଟକଣାର ନିୟମ ଅନୁପାଳନ ପୂର୍ବକ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ଉଚ୍ଚାଙ୍ଗ ସାହିତ୍ୟିକ ତଥା ପଥପ୍ରଦର୍ଶକ ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଗତକାଲି ଏକ ଜରୁରୀ ପ୍ରସ୍ତୁତି ବୈଠକ ଭରଚୁଆଲ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ବ୍ରହ୍ମ ନାଦରେ ପରିବେଶ ଭାବମୟ ହୋଇ ଉଠିଥିଲା । ତତପରେ ଜଗନ୍ନାଥଙ୍କ ଭଜନ ପରିବେଷଣ ସମସ୍ତଙ୍କୁ ମୁଗ୍ଧ କରିଥିଲା । ପରେପରେ ଅତିଥି ପରିଚୟର କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରତିଷ୍ଠାନର ସମଭାବାପନ୍ନ ପୁରୁଷ ଶ୍ରୀଯୁକ୍ତ ବଳରାମ ତରାଇ ମହୋଦୟ ସଂଗଠନ ଆଗାମୀ କାର୍ୟ୍ୟକ୍ରମ କିପରି ସୂଚାରୁରୂପେ ହୋଇପାରିବ, ପ୍ରତିଷ୍ଠାନର କାଗଜପତ୍ର କିପରି ଠିକ ହୋଇପାରିବ, ଦାୟିତ୍ୱ ବଣ୍ଟନକୁ କିପରି ଠିକ ଭାବରେ କରାଯାଇପାରିବ, ପ୍ରେସମିଟକୁ କିପରି ପ୍ରାଧାନ୍ୟ ଦିଆଯିବ ଇତ୍ୟାଦି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତିଷ୍ଠାନର ଜ୍ଞାନର ମନୀକାଞ୍ଚନ ପଦ୍ମନାଭ ତ୍ରିପାଠୀ ମହୋଦୟ ନିଶିଗନ୍ଧାର ଉତ୍ତରୋତ୍ତର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ । ସଂସଦର ସଭାପତି ଡ଼ଃ ରଜନୀ ରଂଜନ ଦାସ ସଂଗଠନର୍ ଉନ୍ନତି ପାଇଁ ଗଠନ ମୂଳକ ବକ୍ତବ୍ୟ ରଖିଥିଲେ । ପୂର୍ବତନ ସଭାପତି ଜ୍ଞାନର ରତ୍ନକୋଷ ଚକ୍ରଧର ତ୍ରିପାଠୀ ନିଜର ଅଭିଜ୍ଞତାକୁ ଉପସ୍ଥାପନ କରିବା ସହ ଜଗନ୍ନାଥ ସେବା ସଦନବର ଉପସଭାପତି ଗୋବିନ୍ଦ ଚନ୍ଦ୍ର ଫାରକ ମହୋଦୟ ଆଗାମୀ କାର୍ୟ୍ୟକ୍ରମର ପୂର୍ଣ୍ଣ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ତତସହିତ ପ୍ରତିଷ୍ଠାନର ସମ୍ପାଦିକା ସରସ୍ୱତୀ ନାୟକ, ପୃଷ୍ଠପୋଷାକ ଅର୍ଚ୍ଚନା ଦାସ, ନାରୀସଶକ୍ତିକରଣର ସଭାପତି କୌଶଲ୍ୟା ବେଉରିଆ ମହୋଦୟା, ଉତ୍ତରାଂଚଳର ଜୋନର ସଭାପତି ଗଣେଶ ଚନ୍ଦ୍ର ଜେନା, ପ୍ରେମାନନ୍ଦ କୁସୁମ, ଜ୍ୟୋତି ରଂଜନ ଦାସ, ନରେନ୍ଦ୍ର ବେହେରା, ହୀରାଲାଲ ପାଢ଼ୀ ଆଦି ଅନେକ ସଦସ୍ୟ ସେମାଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତିଷ୍ଠାନ ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ମହୋଦୟ ସଭା ପରିଚାଳନା କରିବା ସହିତ ନିରଦ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ଶେଷରେ ସଭାପତି ମହୋଦୟ ସଭାସାଙ୍ଗ ଘୋଷଣା କରିଥିଲେ ।

Leave A Reply

Your email address will not be published.