oom

କଣ୍ଟାମାଳରେ ଲୋକ କଳା ମହୋତ୍ସବର ପ୍ରସ୍ତୁତି ବୈଠକ

jsmm
  • ଜୁନ ୧୩, ୧୪ ଓ ୧୫ରେ ହେବ ମହୋତ୍ସବ

କଣ୍ଟାମାଳ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ଆୟୋଜିତ ହେଉଥିବା ୧୭ତମ ଲୋକ କଳା ମହୋତ୍ସବ-୨୦୨୨ ପାଇଁ ଏକ ପ୍ରସ୍ତୁତି ବୈଠକ ଗତକାଲି ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ପ୍ରଗତିର ସଭାପତି ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହୋତ୍ସବ କମିଟର ସଂପାଦକ ସଂପାଦକ ଧର୍ମେନ୍ଦ୍ର ରଣା ଉପସ୍ଥିତ ରହି ବିଗତ ବର୍ଷର ମହୋତ୍ସବର ତୃଟିକୁ ସଂଶୋଧନ କରି ଚଳିତ ବର୍ଷ ମହୋତ୍ସବକୁ ଆକର୍ଷଣୀୟ କରିବା ନିମନ୍ତେ ମତବ୍ୟକ୍ତ କରିଥିଲେ । ପ୍ରଗତିର ଅଧ୍ୟକ୍ଷ ଶ୍ରୀ ରାଉତ ଚଳିତ ବର୍ଷ ମହୋତ୍ସବକୁ ନେଇ ଏକ ସଂକ୍ଷିପ୍ତ ଆନୁସଙ୍ଗିକ ଯୋଜନା ଉପସ୍ଥାପନ କରିବା ସହ ଆସନ୍ତା ଜୁନ ୧୩, ୧୪ ଓ ୧୫ ତାରିଖ ତିନି ଦିନ ଧରି ଆୟୋଜନ କରିବା ସହ ଏହି ମହୋତ୍ସବକୁ ଆକର୍ଷଣୀୟ ଏବଂ ଶୃଙ୍ଖଳିତ କରିବା ପାଇଁ ସଭିଁଙ୍କ ସହଯୋଗ କାମନା କରିଥିଲେ । ୩ ଦିନର କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନୀୟ ଲୋକ କଳାକାର, ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକ ଗୀତ, ଲୋକ ନୃତ୍ୟ ଦଳକୁ ନିମନ୍ତ୍ରଣ କରି ସାମିଲ କରିବା ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା । ଚଳିତ ବର୍ଷ ମଧ୍ୟ ଉଦ୍‌ଘାଟନୀ ଦିନ ଅନୁଷ୍ଠିତ ସାଂସ୍କୃତିକ ଶୋଭାଯାତ୍ରାରେ ଅଧିକ ସଂଖ୍ୟକ ସାଂସ୍କୃତିକ ଦଳଙ୍କୁ ସାମିଲ କରିବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧୀତ କରିବାକୁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା । ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସମାଜ ସେବା ଅନୁଷ୍ଠାନର ମୂଖ୍ୟ, ସେମାନଙ୍କ ପ୍ରତିନିଧି, ସାଂସ୍କୃତିକ ଦଳର ପ୍ରତିନିଧି, କଳାକାର, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିବା ବେଳେ ସମିତି ସଭ୍ୟ କେଦାରନାଥ ସାହୁ, ସରପଞ୍ଚ ପ୍ରତିନିଧି ପ୍ରକାଶ କୁମାର ଖଟୁଆ, ପ୍ରଦୀପ କୁମାର ଦାଶ, ପୁରନ୍ଦର ଠେଲା, ଅକୃର ହରିପାଲ, ମନୋ ରାଜହଂସ, ରବି ନାରାୟଣ ସାହୁ, ବାସୁଦେବ ଷାଣ୍ଢ, ଶରତ କୁମାର ସାହୁ, ସାନନ୍ଦ କୁମାର ମହାକୁଡ, ରାଜକିଶୋର ବାଘ, ସଚି ସାହୁ, ଲଛମନ ଅଗ୍ରୱାଲା, ଅରୁଣ ଖଟୁଆ, ଅଜିତ ସାହୁ, ସୁଦାମ ମିଶ୍ର, ଅରୁଣ ରଣା, ବିନାୟକ ସାହୁ ପ୍ରମୁଖ ପ୍ରସ୍ତୁତି ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ବୈଠକର ସଫଳତା କାମନା କରି ପୂର୍ଣ୍ଣଚନ୍ଦ୍ର ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.