କୁମାର ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ କୁମାର ପୂର୍ଣ୍ଣିମା ପାଇଁ ଏକ ପ୍ରସ୍ତୁତି ବୈଠକ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଏହି ଉତ୍ସବରେ ଓଡ଼ିଶା ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଜେନା ଓ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କୁ ଚଳିତ ବର୍ଷ କୁମାର ଉତ୍ସବ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସ୍ଥିର କରାଯାଇଥିଲା । ଏହି ଅବସରରେ ଭୁବନେଶ୍ଵରର କଳାକାର କରୁଣାକର ସେଠୀ, ସ୍ମରଣିକା ନନ୍ଦ, ରାଉରକେଲାର ଭାସ୍କର ଚନ୍ଦ୍ର ପୁହାଣ ଓ ସାଥୀ କଳାକାର ମାନେ ସଂଗୀତ ପରିବେଷଣ କରିବେ । ସେହିପରି ଶ୍ରୀଜଗନ୍ନାଥ କଳା ପରିଷଦର ନୃତ୍ୟଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିବେ । ଏହା ସହ ଉପସ୍ଥିତ ସଦସ୍ୟମାନେ ଭଞ୍ଜ କଲଚରାଲ ଟ୍ରଷ୍ଟ ସମ୍ପର୍କରେ ଆଲୋଚନା କରିଥିଲେ । ଆଜିର ଏହି ବୈଠକରେ ସଭାପତି ଚନ୍ଦ୍ରଶେଖର ଶତପଥୀ, ଆଦିତ୍ୟ ମହାପାତ୍ର, ଡାକ୍ତର ଉତ୍ତମ ଚରଣ ଜେନା, ବିଷ୍ଣୁ ଚରଣ ମହାନ୍ତି, ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସୁରେଶ ମାଝୀ, ଅଭୟ କୁମାର ଦାସ, ବାଉରୀବନ୍ଧୁ ସାହୁ, କୁଞ୍ଜବିହାରୀ ରାଉତ, ବିଜୟ କୁମାର ପାତ୍ର, ରାଧାକାନ୍ତ ମିଶ୍ର, ଡାକ୍ତର ବସନ୍ତ କୁମାର ଦାସ, ପଞ୍ଚାନନ ପାତ୍ର, ଦୀନବନ୍ଧୁ ରଥ, ଜ୍ୟୋତିରଞ୍ଜନ ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଅଟମ ରଥ, ଡ. ଜୟନ୍ତୀ କୁମାରୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.