ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ /ପଞ୍ଚାୟତର କର୍ଲାଖୁଟୁନା ଗ୍ରାମର ଗରୀବ ଆଦିବାସୀ ରାହାସ ବରିହା(୪୫)ଦୀର୍ଘ ଦିନ ହେବ ଅଜଣା ପେଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ରାହାସ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରୁଥିଲେ ହେଲେ ସେ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବାରୁ ଏବେ କାର୍ୟ୍ୟ କରିବାକୁ ଅସମର୍ଥ । ତାଙ୍କ ଛୁଆ ପିଲାଙ୍କୁ ଠିକ ଭାବେ ପ୍ରତିପୋଷଣ କରି ପାରୁନାହାନ୍ତି । ପରିବାର କହିଲେ ସାତ ଜଣ ସଦସ୍ୟ ବୃଦ୍ଧ ମା ତାଙ୍କ ସ୍ତ୍ରୀ ଓ ଚାରିଟା ଛୁଆ । ପରିବାର ରେ ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ସେ ରୋଗୀଣା ହେବା ଦିନଠୁଁ ତାଙ୍କ ପରିବାର ଚଳିବା କଷ୍ଟକର ହୋଇପଡିଛି । ସେ ଜଣେ ଭୂମିହୀନ ତାଙ୍କ ଚିକିତ୍ସା ପାଇଁ ଧାର କରଜ କରି ପାଟଣାଗଡ଼ ଓ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହେଲେ ତାଙ୍କର ଉଚ୍ଚ ସ୍ତରରେ ଚିକିତ୍ସା କରାଯିବାର ଆବଶ୍ୟକ ବୋଲି ଡାକ୍ତର କହିବାରୁ ତାଙ୍କ ପାଖରେ ଅର୍ଥ ଅଭାବ ଯୋଗୁଁ ଚିକିତ୍ସା ହୋଇପାରିନାହିଁ ।ସେ ବର୍ତ୍ତମାନ ଶଯ୍ୟାଶାୟୀ ଅବସ୍ଥା ପଡିରହିଛନ୍ତି । ରାହାସଙ୍କ ସମ୍ପର୍କୀୟ ଯଦୁମଣି ବରିହା ଆଦିବାସୀ କଲ୍ୟାଣ ସଂଘର ସଭାପତି ବିପ୍ରଚରଣ ବିଶି ସଂପାଦକ ଟିକେଶ୍ଵର ଧରୁଆଙ୍କୁ ରାହାସଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ କହିଥିଲେ । ରାହାସଙ୍କ ଅଜଣା ରୋଗରେ ଆକ୍ରାନ୍ତ ହେବା ନେଇ ଆଦିବାସୀ ସଂଘ ସଭାପତି ବିପ୍ରଚରଣ ବିଶି ଓ ସଂପାଦକ ଟିକେଶ୍ଵର ଧରୁଆ ଖପ୍ରାଖୋଲ ବିଡ଼ିଓ ତରଣୀ ସୁନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଡିଓ ସୁନା ଖବର ପାଇ ଖପ୍ରାଖୋଲ ସରପଞ୍ଚ ଉପେନ୍ଦ୍ର ଭୋଇ ଓ କାର୍ୟ୍ୟନିର୍ବାହୀ ଅଧିକାରୀ ବାହୁବଳେନ୍ଦ୍ର ପୁରୋହିତଙ୍କ ସହିତ ରାହାସ ଘରକୁ ଯାଇ ପାଞ୍ଚ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଓ ସରକାରଙ୍କ ଠାରୁ ଆହୁରି ସହାୟତା ଯୋଗାଇ ଦେବା ଓ ରାହାସଙ୍କ ଚିକିତ୍ସାର ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ତରଣୀ ସୁନା ପ୍ରତିଶୃତି ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ରାହାସଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଦିବାସୀ କଲ୍ୟାଣ ସଂଘର ସଭାପତି ବିପ୍ରଚରଣ ବିଶି ଓ ସଂପାଦକ ଟିକେଶ୍ଵର ଧରୁଆ ଦାବୀ କରିଛନ୍ତି ।
Next Post