oom

ପଶ୍ଚିମ ଓଡ଼ିଶା କଳାକାର ପ୍ରିମିୟର ଲିଗ୍‌ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିଅମ୍‌ ଠାରେ ପଶ୍ଚିମ ଓଡ଼ିଶା କଳାକାର ମାନଙ୍କୁ ନେଇ ବଲାଙ୍ଗିର କଳାକାର ସଂଘ ତରଫରୁ ଏକ ଦୁଇ ଦିନିଆ ବନ୍ଧୁତାପୂର୍ଣ୍ଣ ପଶ୍ଚିମ ଓଡ଼ିଶା କଳାକାର ପ୍ରିମିୟର ଲିଗ୍‌ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଏହାର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାର ସମସ୍ତ କଳାକାର ମାନଙ୍କୁ ନେଇ ଅନୁଷ୍ଠିତ ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପଶ୍ଚିମ ଓଡ଼ିଶାର କଳାକାରମାନଙ୍କୁ ସଂଗଠିତ କରିବ ବୋଲି ବିଶ୍ୱାସ କରାଯାଉଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କଳାକାରମାନଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଥିଲା । ଆଜିର କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଫାଇନାଲ୍‌ରେ ରକଷ୍ଟାର୍‌ ୱାରିଅର୍‌ ଓ ଷ୍ଟାଇକର୍‌ ବଏ ଦୁଇ ଦଳ ପହଂଚିଥିଲେ ଏବଂ ଡ୍ର ହୋଇଥିଲେ । ଫଳରେ ସୁପର୍‌ ଅଭର୍‌ରେ ରକ୍‌ଷ୍ଟାର୍‌ ୱାରିଅର୍‌ ଆଠ ରନ୍‌ କରି ବିଜୟ ହାସଲ କରିଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରପାଲ, ଯୁବ ନେତା ଅରକେଶ ନାରାୟଣ ସିଂହଦେଓ, ନିହାର ରଂଜନ ବେହେରା, ଗୋପାଳଜୀ ପାଣିଗ୍ରାହୀ, ହେମନ୍ତ ପଣ୍ଡା, ନିହାର ସିଂ, ଅମନ ନାଗ, ଶତ୍ରୁଘ୍ନ ଲୁହା, ପ୍ରଦୀପ ଦେବତା, କମଲେଶ ଚକ୍ରବର୍ତ୍ତୀ, ଗୁଲାବ ବାଗ, ଜିସାଲ ହର୍‌ପାଲ, ସରୋଜ ସାହୁ, ରାଜେନ୍ଦ୍ର କୁମାର ବଢେ଼ି ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ପରିଚାଳନା କରିଥିଲେ ପୃଥିରାଜ ମିଶ୍ର, ସ୍ୱାଗତ ଶୁଭଙ୍କର, ସୁବାଶିଷ ମିର୍ଦ୍ଧା, ଆୟୁନାନନ୍ଦ ପାଣିଗ୍ରାହୀ । ଆଜିର କାର୍ଯ୍ୟକ୍ରମରେ ସଭାପତି ବିନୋଦ କାଲସାଏ, ସରୋଜ ସାହୁ, ଆରଜେ ମନିଷ, ରାଜ ସେନ୍ଦ୍ରିଆ, ଅଜୟ ନାଗ, ରୁପୁ ସୁନା, ବିକି, ଦେବା, ରୋସନ, ରିକି, ଗୁଡ଼ୁ, ଶୁଭମ୍‌, ରଂଜିତ, ଏମ୍‌ଏନ୍‌, ଶଶି, ଆଶୁତୋଷ, ଥବିର, ମାନସ, ରବି, ସୁମୋ, ସାଗର, ଜିତ, ବିନୟ, କାହ୍ନା, ରଜନି ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.