csstore

ଆଶା ସଂଘ ମନ୍ତବ୍ୟକୁ ବିରୋଧ କଲା ଅଙ୍ଗନୱାଡ଼ି ସଂଘ : ଯଦି ତିନିଦିନ ମଧ୍ୟରେ କ୍ଷମା ନ ମାଗନ୍ତି ତେବେ ବିକ୍ଷୋଭ ଚେତାବନୀ

ମ.ରାମପୁର, (ହେମନ୍ତ ସାହୁ) : ଗତ ଦୁଇ ଦିନ ତଳେ ଆଶା କର୍ମୀ ସଂଘ ତରଫରୁ ନିଜର କିଛି ଦାବୀକୁ ନେଇ ବିକ୍ଷୋଭ ତଥା ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ ସମୟରେ ଜଣେ ଆଶା କର୍ମୀ କରୋନା କାଳରେ ନିଜର କାର୍ଯ୍ୟ ସଂପର୍କରେ କହିବାକୁ ଯାଇ ଅଙ୍ଗନୱାଡ଼ି କର୍ମୀମାନେ କରୋନା ସମୟରେ କିଛି କରିନାହାନ୍ତି କିନ୍ତୁ ସେମାନଙ୍କୁ ବିଭିନ୍ନ ସୁବିଧା ଦିଆଯାଉଛି ବୋଲି କହିଥିଲେ । ଯାହା କି ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହି ମନ୍ତବ୍ୟକୁ ଦେଖିବା ପରେ ମ.ରାମପୁରଠାରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀମାନେ ଘୋର ବିରୋଧ କରିବା ସହିତ ଏହାରି ପ୍ରତିବାଦରେ ଆଜି ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଏକ ଦାବୀପତ୍ର ପ୍ରଦାନ କରିବା ସହିତ ଯଦି ଉକ୍ତ ଆଶା ଜଣଙ୍କ ସର୍ବ ସମ୍ମୁଖରେ କ୍ଷମା ନ ମାଗନ୍ତି ତେବେ ସ୍ୱାସ୍ଥ୍ୟ ବିଭାଗର କୌଣସି କାମରେ ଅଙ୍ଗନୱାଡ଼ି ୱାକ୍ସର୍ସ ଆସୋସିଏସନ୍ ମ.ରାମପୁର ସଦସ୍ୟାମାନେ ସହଯୋଗ କରିବେ ନାହିଁ ଏବଂ ଆଗାମୀ ତିନି ଦିନ ଭିତରେ ଯଦି ସେ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଂଘର ସଭାପତି ପଂଜରୀ ସୁନା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂଘର ମ.ରାମପୁର ବ୍ଲକ ସଂପାଦିକା ମଞ୍ଜୁଲତା ମିଶ୍ର, କୋଷାଧ୍ୟକ୍ଷ ସୁକାନ୍ତି ପ୍ରହରାଜ, ରୁକିଣୀ ପୁରୋହିତ, ରଂଜୁଲତା ପଟ୍ଟନାୟକ, କନକ ରଇତି, ଲକ୍ଷ୍ମୀ ସୁନା, ପୁଷ୍ପାଞ୍ଜଳି ନାଏକ, ଭାଗ୍ୟବତୀ ତାଣ୍ଡିଙ୍କ ସମେତ ଅନେକ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.