oom

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୧

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୨୫୮୬ ରହିଛି । ଆଜି ୪୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୮୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଲରୁ ୨୭, ବାଲେଶ୍ୱରରୁ ୧୬, ବରଗଡ଼ରୁ ୩୨, ଭଦ୍ରକରୁ ୫, ବଲାଙ୍ଗିରରୁ ୩, କଟକରୁ ୨୨, ଗଞ୍ଜାମରୁ ୫, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୩୬, କନ୍ଧମାଳରୁ୪, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୬୯, କୋରାପୁଟରୁ ୪, ମୟୁରଭଞ୍ଜରୁ ୪, ନବରଙ୍ଗପୁରରୁ ୯, ନୟାଗଡରୁ ୧, ନୂଆପଡାରୁ ୮୬, ପୁରୀରୁ ୯, ରାୟଗଡାରୁ ୭, ସମ୍ବଲପୁରରୁ ୧୬, ସୋନପୁରରୁ ୪, ସୁନ୍ଦରଗଡରୁ ୬୨ ଓ ଷ୍ଟେଟପୁଲରୁ ୧୫ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୪୧୭୭୨ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୭୨୧୨ ଜଣ ସୁସ୍ଥ ହୋଇ ସାରିଛନ୍ତି ।

jittmm
Leave A Reply

Your email address will not be published.