oum

ଅଗ୍ନିକାଣ୍ଡରେ ଚାରି ବଖରା ଘର ଜଳିଗଲା : ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

jsm

ମାହାଙ୍ଗା : ଅଗ୍ନିକାଣ୍ଡରେ ଚାରି ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ବିରୂପା ଗେଙ୍ଗୁଟି ଦୀପାଂଚଳର ବେନୁପୁରା ଗାଁରେ ଗତକାଲି ଅଗ୍ନିକାଣ୍ଡ ଘଟିଛି । ଗାଁର କପିଳ ଚରଣ ସାହୁ ଓ ନବ କିଶୋର ସାହୁଙ୍କ ଘର ପୋଡ଼ି ଯାଇଥିବା କୁହାଯାଇଛି । ତେବେ ଖବର ପାଇଁ ସ୍ଥାନୀୟ କୁଆଁପାଳରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଲାଗିଥିବା ନିଆଁକୁ କାବୁ କରିଥିଲେ । ଏହି ଅଗ୍ନିକାଣ୍ଡରେ ଦୁଇ ପରିବାରର ଘର ସହ ସମସ୍ତ ଆସବାବପତ୍ର ସାମଗ୍ରୀ ଜଳି ଯାଇଛି । ତେବେ ଏଠାକାର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଅଗ୍ନି ବିପନ୍ନ ପରିବାରଙ୍କୁ ସହଯୋଗ ଯୋଗାଇ ଦିଆଯାଇଛି । ତେବେ ରାଜସ୍ୱ ନିରୀକ୍ଷକ ଓ ଅତିରକ୍ତ ତହସିଲଦାରଙ୍କ କ୍ଷୟକ୍ଷତି ଆକଳନ ପରେ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ କୁହାଯାଇଛି ।

Leave A Reply

Your email address will not be published.