ଗଞ୍ଜାମ ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ ଭିତ୍ତିଭୂମି ଏବଂ ରୂପନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିବେ – ୫ଟି ଅଧ୍ୟକ୍ଷ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ଡିସେମ୍ବର ୧୬ ଓ ୧୭ ତାରିଖ ଦୁଇଦିନିଆ ଗଞ୍ଜାମଗସ୍ତରେ ସଡ଼କପଥ ଦେଇ ବାହାନ ଯୋଗେ ୫ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆସୁଛନ୍ତି । ଗଞ୍ଜାମ ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ ଭିତ୍ତିଭୂମି ଏବଂ ରୂପନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିବେ । ସର୍ବୋପରି ରାଜ୍ୟ ସରକାରଙ୍କଠାରୁ ମିଳିଥିବା ଅନୁଦାନକୁ କିପରି କାର୍ଯ୍ୟକାରୀ କରାଯିବ ସେ ଦିଗରେ ଅନୁଧ୍ୟାନ ଓ ତଦାରଖ କରିବେ ବୋଲି ନିର୍ଭରସୂତ୍ରରୁ କୁହାଯାଇଛି । ୧୬ତାରିଖରେ ପ୍ରଥମେ ହିଞ୍ଜିଳିଗସ୍ତ କରିବା ପରେ ଅନ୍ୟ ସ୍ଥାନକୁ ଯାଇ ୫ଟି ଏବଂ ‘ଆମ ଓଡିଶା ନବୀନ ଓଡ଼ିଶା’ କାର୍ଯ୍ୟର ତଦାରଖ କରି ନବୀକରଣର ଭିତ୍ତିଭୂମି ସମୀକ୍ଷା କରିବେ ବୋଲି କୁହାଯାଉଛି । ୭ ତାରିଖରେ ପ୍ରାତଃ ୫ଘଣ୍ଟା ସମୟରେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ କଲେଜର ନବୀକରଣର ଭିତ୍ତିଭୂମି ସର୍ବେକ୍ଷଣ କରିବେ । ପ୍ରାତଃ ୬ଘଣ୍ଟାରେ ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରର ରୂପାନ୍ତରୀକରଣ ସମୀକ୍ଷା କରି ପ୍ରାତଃ ୭ଘଣ୍ଟା ସମୟରେ ପଞ୍ଚାମା ଗଣେଶ ଠାକୁରଙ୍କ ଦର୍ଶନ କରିବେ ଓ ପଞ୍ଚାମାର ସିଦ୍ଧବିନାୟକ ମନ୍ଦିରର ରୂପାନ୍ତରୀକରଣ ସମୀକ୍ଷା କରିବେ ବୋଲି ସୂଚନା ରହିଛି । ବ୍ରହ୍ମପୁର ସହରର ରିଙ୍ଗ-ରୋଡ଼ ଅନୁଧ୍ୟାନ ବ୍ରହ୍ମପୁର ଚର୍ଚ୍ଚ-ପଡ଼ିଆ ଏବଂ ବିଜୁପଟ୍ଟନାୟକ ପାର୍କରେ ବ୍ୟବସ୍ଥିତ ନାଗରିକ ସମ୍ବର୍ଦ୍ଧନା ସଭାରେ ଯୋଗଦେବାର କାର୍ଯ୍ୟକ୍ରମର ରହିଛି ବୋଲି ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟୀର ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ୧୭ତାରିଖରେ ଗଞ୍ଜାମଜିଲ୍ଲା ସଦରମହକୁମାସ୍ଥ ଛତ୍ରପୁର ସର୍କିଟହାଉସଠାରେ ଜଳପାନ ବିରତି ସାରିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଏ । ପୂର୍ବାହ୍ନରେ ଛତ୍ରପୁର ବ୍ଳକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ସୁନ୍ଦେରେଶ୍ଵର ମନ୍ଦିରର ନବୀକରଣ ଓ ସୌନ୍ଦର୍ଯ୍ୟିକରଣ ପାଇଁ ଦେଢ଼କୋଟି ଟଙ୍କାର ଅନୁଦାନର କାର୍ଯ୍ୟ ସମୀକ୍ଷା କରିବେ ଏବଂ ଏଠାରେ ବ୍ୟାପକ ବନ୍ଦୋବସ୍ତ ମଧ୍ୟରେ ଜନସାଧାରଣଙ୍କ ତରଫରୁ ଗ୍ରାମୀଣ କଳାକାର, ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ମହିଳାମାନଙ୍କ ଦ୍ୱାରା ହୁଳାହୁଳି ଧ୍ୱନି ସାଂଗକୁ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଦିଆଯିବାର ବ୍ୟବସ୍ଥା କରାଯାଉଥିବା ଜଣାପଡିଛି । ଛତ୍ରପୁର କାର୍ଯ୍ୟ ସମୀକ୍ଷା ପରେ ପୁରୁଷୋତ୍ତମପୁର, କବିସୂର୍ଯ୍ରନଗର, ପୋଲସରା, ଆସ୍କା ଆଦି ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇ ଉନ୍ନୟନମୂଳକ ନବୀକରଣ କାର୍ଯ୍ୟ ସମୀକ୍ଷା କରିବେ ବୋଲି ଦଳୀୟ ନେତ୍ତୃବର୍ଗଙ୍କଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.