ଶୀଘ୍ର ପୋୖର ନିର୍ବାଚନ କରିବାକୁ ଆପ୍‌ର ଦାବୀ

ବରଗଡ଼, (ସତ୍ୟନାରାୟନ ‌ପ୍ରଧାନ ) : ଗତ ପୋୖର ପରିଷଦର କାର୍ୟ୍ୟକାଳ ଶେଷ ହେବା ପ୍ରାୟ ଦୁଇ ବର୍ଷ ଚାରି ମାସରୁ ଅଧିକ ହୋଇଥିଲେ ସୁଦ୍ଧା ତାଜା ନୂଆ ନିର୍ବାଚନ କେବେ ହେବ ସ୍ପଷ୍ଟ ଜଣାପଡୁନାହିଁ । ବରଗଡ଼ ସହରରେ କାଉନସିଲ ନଥିବା କାରଣରୁ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁ ନଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ସହରର ପରିମଳ ବ୍ୟବସ୍ଥା ଅଣ ଦେଖା ହେଉଥିବା ବେଳେ ଡ୍ରେନ, ରାସ୍ତା ଗୁଡିକ ଠିକରେ ସଫେଇ ହେଉ ନଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ଆବାହକ ଭବାନୀ ସାହୁ । ବରଗଡ଼ ସହରରେ ନିମ୍ନମାନର ରାସ୍ତା ନିର୍ମାଣ ଯୋଗୁଁ ଏବେ ଧୂଳିର ଗଡ଼ ପାଳଟୁ ଥିବା ଗଣମାଧ୍ୟମରେ ଖବର ଆସୁଛି । ଅନେକ ୱାର୍ଡରେ ଡ୍ରେନ ନଥିବାରୁ ସାଧାରଣ ଲୋକଙ୍କ ଘରର ପାଣି ନିଷ୍କାସନ ହୋଇପାରୁ ନଥିବା ଆପ୍ ଅଭିଯୋଗ କରିଛି । ତେଣୁ ତୁରନ୍ତ ପୋୖର ନିର୍ବାଚନ କରାଗଲେ ଏହି ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଶ୍ରୀ ସାହୁ ଦାବୀ କରିଛନ୍ତି । ଆସନ୍ତା ପୋୖର ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବରଗଡ଼ରେ ଏକ ସ୍ଵଛ ବିକଳ୍ପ ଜନତାଙ୍କ ପାଖରେ ରଖିବା ସହ ଭଲ ଲୋକଙ୍କୁ ପ୍ରାର୍ଥୀ କରିବ ବୋଲି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର କହିଛନ୍ତି । ନିକଟରେ ଶେଷ ହୋଇଥିବା ଗୁଜୁରାଟ ନଗର ନିଗମ ନିର୍ବାଚନରେ ସୁରଟରେ ଆପ୍ ଉଭୟ ବିଜେପି ଓ କଂଗ୍ରେସକୁ ୨୭ଟି ୱାର୍ଡରେ ପରାସ୍ତ କରିଛି ।

Leave A Reply

Your email address will not be published.