୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଆସ‌ନ୍ତା ମେ ୧ ତାରିଖରୁ ଟୀକାକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଆସ‌ନ୍ତା ମେ ୧ ତାରିଖରୁ ଟୀକାକରଣ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଆସ‌ନ୍ତା ମେ ୧ ତାରିଖରୁ ଓଡ଼ିଶା ଯୁବବର୍ଗଙ୍କୁ ଟୀକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ ଓ ଟୀକାକରଣ କେନ୍ଦ୍ର ଖୋଲାଯିବ। ଏଥିଲାଗି କୋଇନ ଆପ ଓ ସ୍ପଟ ରେଜିଷ୍ଟ୍ରେସନ ମାଧମରେ ପଞ୍ଜିକରଣ କରାଯିବ । ସରକାରୀ ଓ ଘରୋଇ ହସ୍ପିଟାଲରେ ପୂର୍ବ ଭଳି ଟୀକାକରଣ କରାଯିବ । ତେବେ ସପ୍ତାହନ୍ତ ସଟଡାଉନ ସମୟରେ ସହରାଞ୍ଚଳଗୁଡ଼ିକରେ ଟୀକାକରଣ ବନ୍ଦ ରହିବ।

Leave A Reply

Your email address will not be published.