oum

୨୦୨୪ ଯାଏଁ ସମସ୍ତଙ୍କୁ ମିଳି ପାରିବନି କରୋନା ଭେକ୍‌ସିନ୍‌ : ସବୁଠୁ ବଡ଼ କଂପାନୀର ବୟାନ

jsm

ନୂଆଦିଲ୍ଲୀ : ଦୁନିଆଁର ସବୁଠାରୁ ବଡ଼ ଭେକ୍‌ସିନ୍‌ ଉତ୍ପାଦକ କଂପାନୀ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାୱାଲା କହିଛନ୍ତି ଯେ, ସଂସାରର ସବୁ ଲୋକ ଭେକ୍‌ସିନ ପାଇବା ପାଇଁ ଏତେମାତ୍ରାରେ ୨୦୨୪ ପର୍ଯ୍ୟନ୍ତ ମଧ୍ୟ ଭେକ୍‌ସିନ୍‌ ପ୍ରସ୍ତୁତ ହୋଇ ପାରିବନାହିଁ । ସେ ଭାରତର ସମସ୍ତ ଲୋକଙ୍କ ପାଖକୁ ଭେକ୍‌ସିନ୍‌ ପହଂଚାଇବାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଫାଇନେନ୍‌ସିଆଲ୍‌ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ମୁତାବକ ଅଦାର ପୁନାୱାଲା କହିଛନ୍ତି ଯେ, ଔଷଧ କଂପାନୀଗୁଡ଼ିକ ନିଜର ଉତ୍ପାଦନ କ୍ଷମତାକୁ ଏତେମାତ୍ରାରେ କ୍ଷମତାଶାଳୀ କରି ପାରିନାହାନ୍ତି ଯେ, ଏତେ କମ୍‌ ସମୟ ଭିତରେ ସାରା ଦୁନିଆଁକୁ ଭେକ୍‌ସିନ ଦେଇ ପାରିବେ । ଏଫ୍‌ଟି ଡଟ୍‌ କମ୍‌ର ରିପୋର୍ଟ ଅନୁସାରେ ଅଦାର ପୁନାୱାଲା କହିଛନ୍ତି ଯେ, ପୃଥିବୀରେ ରହିଥିବା ସବୁ ଲୋକଙ୍କ ପାଇଁ ୪ରୁ ୫ ବର୍ଷ ସମୟ ଲାଗିବ ।

Leave A Reply

Your email address will not be published.