ଯେଉଁଠି ଆକ୍ସିଡେଣ୍ଟ ସେଇଠି କେସ୍‌ ଦେବା ଜରୁରୀ ନୁହେଁ : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଯେଉଁଠି ଆକ୍ସିଡେଣ୍ଟ ସେଇଠି କେସ୍‌ ଦେବା ଜରୁରୀ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । ଯାହାକି, ସୁପ୍ରିମ୍‌କୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏଭଳି ଏକ ଅଭିନବ ରାୟ ଶୁଣାଇଛନ୍ତି । MACT ଆକ୍ଟ ୧୬୬ ଅନୁସାରେ, ଯେଉଁଠି ଆକ୍ସିଡେଣ୍ଟ ହେବ, ସେଇଠି ହିଁ କେସ ହବ ଓ ଇନସ୍ୟୁରାନ୍ସ ପାଇଁ ଆବେଦନ କରିବାକୁ ହେବ । ତେବେ ଏଭଳି ନିୟମ ସମୀଚିନ ନୁହେଁ । କାରଣ ସବୁବେଳେ ସମସ୍ତଙ୍କ ପରିସ୍ଥିତି ସମାନ ନଥାଏ । ଯେଉଁଠି ଆକ୍ସିଡେଣ୍ଟ ହେବ ସେଇଠି ମାମଲା ଚାଲିବ ବୋଲି କିଛି ମାନେ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି । ଆପଣ ନିଜ ସୁବିଧା ଅନୁସାରେ ଥାନାରେ ମାମଲା କରିପାରିବେ । ଆଉ ଇନ୍‌ସୁରାନ୍ସ ଟଙ୍କା ପାଇଁ ଦାବି କରିପାରିବେ । ଜଣେ ବ୍ୟକ୍ତି ନିଜ ସହର ଛାଡ଼ି ଯଦି ଅନ୍ୟସ୍ଥାନକୁ ଯାତ୍ରା କରୁଛନ୍ତି, ଆଉ ସେଠାରେ ଯଦି ଆକ୍ସିଡେଣ୍ଟ ହେଉଛି । ତେବେ ସେ ନିଜ ଘରକୁ ଫେରିବା ପରେ ନିଜ ଅଞ୍ଚଳରେ ଥିବା ଥାନାରେ ମାମଲା ରୁଜୁ କରିପାରିବେ । ଆଉ ସେହି ଥାନା ମାଧ୍ୟମରେ ଆକ୍ସିଡେଣ୍ଟ ସ୍ପଟ ନିକଟସ୍ଥ ଥାନାକୁ ଯୋଗାଯୋଗ କରି ପୋଲିସ ମାମଲା ଆଗକୁ ବଢ଼ାଇପାରିବ । ଖାଲି ସେତିକି ନୁହେଁ ନିଜ ଅଞ୍ଚଳରେ ଥାଇ ଥାନାରେ ମାମଲା ରୁଜୁ କରି ବ୍ୟକ୍ତି ଜଣକ ଇନସ୍ୟୁରାନ୍ସ ଦାବି ମଧ୍ୟ କରିପାରିବେ ।

Leave A Reply

Your email address will not be published.