ନୂଆବର୍ଷ ପୂର୍ବରୁ ସରକାରଙ୍କ ଭେଟି : ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ : ନୂଆବର୍ଷ ପୂର୍ବରୁ ଏଲ୍‌ପିଜି ଉପଭୋକ୍ତାଙ୍କୁ ସରକାରଙ୍କ ଭେଟି । ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର । ୧୯ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡର ଉପରେ ୩୯.୫୦ ଟଙ୍କା ଶସ୍ତା ହୋଇଛି । ନୂଆ ଦର ଆଜିଠାରୁ ଲାଗୁ ହେଉଥିବା ବେଳେ ଦିଲ୍ଲୀରେ ବର୍ତ୍ତମାନ ୧୭୫୭.୫୦ ଟଙ୍କାରେ ମିଳିବ ସିଲିଣ୍ଡର । ମାତ୍ର ଘରୋଇ ଏଲ୍‌ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏଲ୍‌ପିଜି କମର୍ସିଆଲ୍ ସିଲିଣ୍ଡଲର ଦର ହ୍ରାସ ପରେ ହୋଟେଲ୍, ରେସ୍ତୋରାଁ ଆଦି ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ପୂର୍ବରୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ଦିଲ୍ଲୀରେ ଦର ଥିଲା ୧୭୯୬.୫୦ ଟଙ୍କା ଏବଂ ମୁମ୍ବାଇରେ ୧୭୪୯ ଟଙ୍କାରେ ମିଳୁଥିଲା । ସେହିପରି ଚେନ୍ନାଇରେ ୧୯୬୮.୫୦ ଟଙ୍କା, କୋଲକାତା ୧୯୦୮ ଟଙ୍କା ରହିଥିଲା । ଏବେ ୩୯.୫୦ ଟଙ୍କା ଦର ହ୍ରାସ ହେଲା ପରେ କୋଲକତା ନୂଆ ୧୮୬୯ ଟଙ୍କା ହୋଇଛି । ସେହିପରି ଚେନ୍ନାଇରେ ୧୯୨୯.୫୦ ଟଙ୍କା ଓ ମୁମ୍ବାଇରେ ୧୭୧୦ ଟଙ୍କାରେ କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ମିଳିବ ।

Leave A Reply

Your email address will not be published.

error: Content is protected !!