ସାହସିକତାକୁ ଶତ ଶତ ସଲାମ୍‌ : ସୈନିକମାନେ ଗୁଳି ସମାପ୍ତ ହେବା ପର୍ଯ୍ୟନ୍ତ ଉପଯୁକ୍ତ ଜବାବ୍‌ ଦେଇଥିଲେ

ରାୟପୁର : ଯେଉଁଠାରେ ଶନିବାର ଦିନ ବିଜାପୁରରେ ନକ୍ସଲମାନେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ, ତାହା ଅତ୍ୟନ୍ତ ଅଗମ୍ୟ ଅଞ୍ଚଳ । ତଥାପି, ସୈନିକମାନେ ନକ୍ସଲମାନଙ୍କ ସହ ଶେଷ ବୁଲେଟ୍ ପର୍ୟ୍ୟନ୍ତ ଯୁଦ୍ଧ କରିଥିଲେ । ତିନି ପାର୍ଶ୍ୱରେ ଘନ ଜଙ୍ଗଲ ଦ୍ୱାରା ଘେରି ରହିଥିବା ସତ୍ୱେ ସୁରକ୍ଷା ବାହିନୀ ଏବଂ କୋବ୍ରା କମାଣ୍ଡୋମାନେ ନକ୍ସଲମାନଙ୍କୁ ଉପଯୁକ୍ତ ଜବାବ୍‌ ଦେଇଥିଲେ ।

ସୈନିକମାନେ ସେମାନଙ୍କ ଗୁଳି ଶେଷ ହେବା ପର୍ୟ୍ୟନ୍ତ ଗୁଳି ଚଳାଇବା ଜାରି ରଖିଥିଲେ । ସେମାନେ ସୁନିଶ୍ଚିତ ଥିଲେ ଯେ ନକ୍ସଲମାନେ ସେମାନଙ୍କ ଅନୁକୂଳ ପରିସ୍ଥିତି ସତ୍ୱେ ତାଙ୍କ ସାମ୍ନାରେ ଅଧିକ ସମୟ ରହିପାରିବେ ନାହିଁ ।

ସୂଚନାନୁସାରେ, ବିଜାପୁର-ସୁକମା ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ଉପରେ ସୁରକ୍ଷା ବାହିନୀ କର୍ମଚାରୀମାନେ ଅପରାହ୍ନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ରାଜ୍ୟ ପୋଲିସ ଓ ସିଆର୍‌ପିଏଫ୍‌ର ଦୁଇ ଇନ୍ସପେକ୍ଟର ଜେନେରାଲ୍ (ଆଇଜି) ର‍୍ୟାଙ୍କର ଅଧିକାରୀ ଏହି ଅପରେସନ୍ ଉପରେ ନଜର ରଖିଥିଲେ ।

ଜଗରଗୁଣ୍ଡା-ଜୋଙ୍ଗାଗୁଡା ଅଂଚଳରେ ନକ୍ସଲମାନଙ୍କ ଦ୍ୱାରା ସେମାନଙ୍‌ଙ୍କୁ ଜବାବୀ ହମ୍‌ଲାର ସୂଚନା ମିଳିଥିଲା । ସେମାନଙ୍କୁ ରୋକିବା ପାଇଁ ୬ ଟି କ୍ୟାମ୍ପରୁ ସୁରକ୍ଷା ବାହିନୀର ଦଳ ନିୟୋଜିତ ହୋଇଥିଲେ । ଶନିବାର ଦିନ ଯବାନମାନେ ଏହି ଅଞ୍ଚଳରେ ଥିବାବେଳେ ନକ୍ସଲମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ।

ଅଧିକାରୀଙ୍କ ଅନୁଯାୟୀ, ଗୋଟିଏ ସ୍ଥାନରେ ସାତଜଣ ସୁରକ୍ଷା କର୍ମୀଙ୍କ ମୃତଦେହ ମିଳିଥିଲା । ଅଧିକାଂଶ ଯବାନଙ୍କୁ ଗୁଳିମାରି ହତ୍ୟା କରାଯାଇଥିବା ବେଳେ ଜଣେ ଚେତାଶୂନ୍ୟ ହୋଇ ପାଣି ଅଭାବରୁ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.