ଚୀନ ସୀମା ପାଖରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଗ୍ୟାଙ୍ଗଟକ : ଆଜି ଦାର୍ଜିଲିଂର ସୁକନା ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ସିକ୍କିମଠାରେ ଚୀନ ସୀମା ନିକଟରେ ସେ ଶସ୍ତ୍ର ପୂଜା ମଧ୍ୟ କରିଛନ୍ତି । ପଶ୍ଚିମବଙ୍ଗ ଏବଂ ସିକ୍କିମକୁ ଦୁଇ ଦିନିଆ ଗସ୍ତରେ ଯାଇଛ‌ନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସେ ସୀମା ସଡ଼କ ସଂଗଠନ (ବିଆରଓ) ଦ୍ୱାରା ବିକଳ୍ପ ଆଲାଇନ୍‌ମେଣ୍ଟ ଗ୍ୟାଙ୍ଗଟକ୍-ନାଥୁଲା ସଡ଼କକୁ ଏହି ଅବସରରେ ଉଦ୍‌ଘାଟନ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଭାରତ ଶାନ୍ତିର ପୂଜାରୀ । ଭାରତ ଚାହୁଁଛି ଚୀନ୍ ଏବଂ ଭାରତ ସୀମାରେ ଶାନ୍ତି ବଜାୟ ରହିବା ଉଚିତ । ଉତ୍ତେଜନା ଦୂର ହେବା ଦରକାର । କିନ୍ତୁ ମୁଁ ସମ୍ପୂର୍ଣ୍ଣ ଭାବେ ବି‌ଶ୍ୱାସ ରଖିଛି ଯେ ଭାରତୀୟ ସେନା କାହାକୁ ଏକ ଇଞ୍ଚ ଜମି ଉପରେ ମଧ୍ୟ ଅଧିକାର କରିବାକୁ ଅନୁମତି ଦେବେ ନାହିଁ ।

Leave A Reply

Your email address will not be published.