oom

ଖସିଲା ପାଇକାରୀ ମୁଦ୍ରାସ୍ଫୀତି ହାର

jsmm

ନୂଆଦିଲ୍ଲୀ : ହୋଲ୍‌ସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଇ) ଆଧାରିତ ମୁଦ୍ରାସ୍ଫୀତି ଚଳିତ ବର୍ଷ ସେପ୍ଟେମ୍ବରରେ ୧୦.୭୦%କୁ ହ୍ରାସ ପାଇଛି । ଏପରିକି ଚଳିତ ବର୍ଷ ଅଗଷ୍ଟ ମାସରେ ପାଇକାରୀ ଆଧାରିତ ମୁଦ୍ରାସ୍ଫୀତି ୧୨.୪୧%ରେ ପହଞ୍ଚିଛି ବୋଲି ଶୁକ୍ରବାର ସରକାରୀ ସୂତ୍ରରୁ ଜଣାପଡ଼ିଛି । ବିଶେଷ କରି ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ମୁଖ୍ୟତଃ ଖଣିଜ ତୈଳ, ଖାଦ୍ୟ ପଦାର୍ଥ, ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌, ରାସାୟନିକ ପଦାର୍ଥ ଏବଂ ରାସାୟନିକ ଦ୍ରବ୍ୟ, ମୌଳିକ ଧାତୁ, ବିଦ୍ୟୁତ୍‌, ବସ୍ତ୍ର ଇତ୍ୟାଦି ମୂଲ୍ୟ ବୃଦ୍ଧିରେ ବେଶ୍‌ ସହାୟକ ହୋଇଛି ବୋଲି ସରକାର ମତବ୍ୟକ୍ତ କରିଛନ୍ତି ।

ସେହିଭଳି ହାଇ ସ୍ପିଡ୍‌ ଡିଜେଲ (ଏଚ୍‌ଏସ୍‌ଡି)ରେ ସର୍ବାଧିକ ମୁଦ୍ରାସ୍ଫୀତି ୬୫.୯୬% ରହିଥିବା ସରକାରୀ ତଥ୍ୟରେ ଉଲ୍ଲେଖ କରାଯାଇଛି । ସେହିପରି ଆଳୁ ମୂଲ୍ୟରେ ୪୯.୭୯% ବୃଦ୍ଧି ଏବଂ ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ରେ ୪୪.୭୨% ବୃଦ୍ଧି ଘଟିଛି । ସେହିଭଳି ଦୀର୍ଘ ସମୟ ପରେ ମୂଲ୍ୟ ବୃଦ୍ଧିରୁ ନିସ୍ତାର ମିଳିବ ବୋଲି ଆଶା କରାଯାଉଛି । କାରଣ ଖୁଚୁରା ମୁଦ୍ରାସ୍ଫୀତି ୫ ମାସର ଶୀର୍ଷରେ ପହଞ୍ଚିଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ଘଟିଛି ।

ଏପରିକି ୨୦୨୨ ଜୁନ୍‌ରେ ୧୫%କୁ ପାର କରିଥିବା ପାଇକାରୀ ମୁଦ୍ରାସ୍ଫୀତି ବର୍ତ୍ତମାନ ହ୍ରାସ ପାଇ ଚାଲିଛି । ସେହିପରି ଅଗଷ୍ଟରେ ୧୨.୪୧%ରୁ ହ୍ରାସ ହୋଇ ବର୍ତ୍ତମାନ ୧୦.୭୦%କୁ ପହଞ୍ଚାଇଛି । ତେବେ ପାଇକାରୀ ମୁଦ୍ରାସ୍ଫୀତି ଲଗାତର ୧୮ ମାସ ହେଲା ୧୦%ରୁ ଊର୍ଦ୍ଧ୍ୱରେ ରହିଛି । ଏହା ପୂର୍ବରୁ ଅଗଷ୍ଟରେ ଡବ୍ଲ୍ୟୁପିଆଇ ୧୧ମାସର ନିମ୍ନସ୍ତରକୁ ଚାଲି ଆସିଥିଲା । ହେଲେ ବର୍ତ୍ତମାନ ଆହୁରି ହ୍ରାସ ହୋଇ ୧୮ ମାସର ସର୍ବନିମ୍ନସ୍ତରକୁ ପହଞ୍ଚିଛି । ଗତ ମେ’ ମାସରେ ଡବ୍ଲ୍ୟୁପିଆଇ ୧୫.୮୮% ରେ ରେକର୍ଡ ସ୍ତରରେ ପହଞ୍ଚିଥିଲା । ତେବେ ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୯.୯୩%ରୁ ହ୍ରାସ ହୋଇ ୮.୦୮% ଓ ଖାଦ୍ୟ ତୈଳ ପାଇକାରୀ ମୁଦ୍ରାସ୍ଫୀତି ବିଯୁକ୍ତ ୦.୭୪% ହ୍ରାସ ହୋଇ ବିଯୁକ୍ତ ୭.୩୨%କୁ ପହଞ୍ଚିଥିଲା ।

jittmm
Leave A Reply

Your email address will not be published.