jayashree

ଭୁଟ୍ଟୋ ଏବଂ ସରିଫ ପରିବାର ପାକିସ୍ତାନକୁ ବର୍‌ବାଦ୍‌ କରିଛନ୍ତି : ଇମ୍ରାନ ଖାନ

ଇସ୍‌ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭୁଟ୍ଟୋ ଏବଂ ସରିଫ ପରିବାରକୁ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ସହ ପାକିସ୍ତାନକୁ ବର୍‌ବାଦ୍‌ କରିଥିବା ଅଭିଯୋଗ କରିଛନ୍ତି । ଶନିବାର ଦିନ ପାକିସ୍ତାନ ଟେଲିଭିଜନ (ପିଟିଭି)ରେ ପ୍ରସାରିତ ‘ଅଲ ଜଜିରା’ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି ଯେ, ପାକିସ୍ତାନ ସମ୍ବଳରେ ଭରପୂର ଥିଲା. କିନ୍ତୁ ଭୁଟ୍ଟୋ ଏବଂ ସରିଫ ପରିବାର ଏହାକୁ ଅପବ୍ୟବହାର କରିଥିଲେ ।

ପାକିସ୍ତାନ ତେହେରିକ-ଏ-ଇନସାଫ ଦଳର ମୁଖ୍ୟ ଇମ୍ରାନ ଖାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ଏବଂ ସ୍ୱର୍ଗତ ନେତା ବେନଜିର ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)କୁ ସମାଲୋଚନା କରି କହିଛନ୍ତି ଯେ, ବଂଶବାଦୀ ପାର୍ଟିର ଦୁର୍ନୀତି ପାଇଁ ଦେଶର ଜନସାଧାରଣ ଆଜି ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେ କହିଛନ୍ତି ଯେ, ଦୁର୍ନୀତି ହେଉଛି ସବୁଠାରୁ ବଡ ଘାତକ ।

Leave A Reply

Your email address will not be published.