om academy

ସରକାରଙ୍କ ଦ୍ୱାରା ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା : କୋଭିଡ୍ କିମ୍ବା ହିଂସାରେ ମୃତ୍ୟୁବରଣ କଲେ ୩୦ ଲକ୍ଷ ଅନୁକମ୍ପା ରାଶି

jsm

ନୂଆଦି‌ଲ୍ଲୀ : ସରକାରଙ୍କ ଦ୍ୱାରା ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା ହୋଇଥିବା ସୂଚନା ମିଳିଛି । କରୋନା ମହାମାରୀ ସମୟରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ନିୟୋଜିତ ପୋଲିସ କର୍ମୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷାବଳ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ସରକାର ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବେ । ଏନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ।

ଏହା ବ୍ୟତୀତ ଉପରୋକ୍ତ କର୍ମଚାରୀମାନେ ଉପନିର୍ବାଚନ କାର୍ୟ୍ୟରେ ଲାଗିଥିବା ବେଳେ ଯଦି ହିଂସାତ୍ମକ ଗଣ୍ଡଗୋଳ, ଉଗ୍ରପନ୍ଥୀ ଆକ୍ରମଣ, ବୋମା ବିସ୍ଫୋରଣ ଓ ରୋଡ ମାଇନ୍ସ ଦ୍ୱାରା ମୃତ୍ୟୁବରଣ କରନ୍ତି, ତେବେ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ ବୋଲି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ।

Leave A Reply

Your email address will not be published.