ଅଙ୍କାରା : ତୁର୍କୀର ଏକ କୋର୍ଟ ଯୌନ ଅପରାଧ ପାଇଁ ଆତ୍ମଘୋଷିତ ମୁସଲମାନ ଧର୍ମ ପ୍ରଚାରକ ଅଦ୍ନାନ୍ ଅକ୍ତାରଙ୍କୁ ହଜାରେ ୭୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆପରାଧିକ ଗ୍ୟାଙ୍ଗର ନେତୃତ୍ୱ ନେବା, ଠକେଇ, ପ୍ରତାରଣା, ଯୌନ ଶୋଷଣ ଆଦି ମାମଲାରେ ୬୪ ବର୍ଷୀୟ ଅଦନାନ୍ଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା କୁହାଯାଇଛି । ଅଦନନ୍ ଏ୯ ନାମରେ ଟିଭି ଚ୍ୟାନେଲ ଚଳାଇ ଇସ୍ଲାମିକ ବିଷୟ ସହ ଜଡିତ ଟକ୍ ଶୋ ଆୟୋଜନ କରୁଥିଲେ । ଏହି ଶୋ’ରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଝିଅମାନଙ୍କ ନୃତ୍ୟ ପରିବେଷଣ କରାଇ ସେ ଟେଲିକାଷ୍ଟ କରିଥିଲେ । ସୂଚନା ଅନୁସାରେ ତାଙ୍କର ହଜାରେରୁ ଅଧିକ ପ୍ରେମିକା ରହିଛନ୍ତି। ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ସହଯୋଗୀଙ୍କ ସହ ତାଙ୍କୁ ୨୦୧୮ରେ ଗିରଫ କରାଯାଇଥିଲା । ଅଦ୍ନାନ୍ଙ୍କ ସହ ତାଙ୍କ ଅନ୍ୟ ୨ ସହଯୋଗୀଙ୍କୁ ତର୍କାନ ୟାଭାସ୍ ଓ ଅକ୍ତାର ବାବୁନାଙ୍କୁ ଯଥାକ୍ରମେ ୨୧୧ ଏବଂ ୧୮୬ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି ।