oum

ଗତ ୨୪ ଘଂଟାରେ ଦେଶରେ ୮୬,୫୦୮ ଜଣ ଆକ୍ରାନ୍ତ : ୧୧୨୯ ଜଣଙ୍କ ମୃତ୍ୟୁ

jsm

ନୂଆଦିଲ୍ଲୀ : ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୭ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି । ଏହି ସଂକ୍ରମଣରେ ୯୧ ହଜାରରୁ ଅଧିକ ଲୋକଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଛି । ସାରା ବିଶ୍ୱରେ ଆମେରିକା ପରେ ଭାରତରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି । ତଥାପି ଆଶ୍ୱସ୍ତିର କଥା ଯେ, ଭାରତରେ କରୋନା ମହାମାରୀକୁ ପରାସ୍ତ କରି ସବୁଠୁ ଅଧିକ ଲୋକ ସୁସ୍ଥ ହୋଇ ପାରିଛନ୍ତି । କେନ୍ଦ୍ର ମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କ ଗତକାଲି କରୋନା ସଂକ୍ରମଣରେ ପରଲୋକ ହୋଇଯାଇଛି । ଜଣେ କେନ୍ଦ୍ର ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ଏହା ପ୍ରଥମ ଘଟଣା ।
ଗତ ୨୪ ଘଂଟାରେ ଦେଶରେ ୮୬,୫୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ଯୋଗୁଁ ୧୧୨୯ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ବର୍ତ୍ତମାନ ଦେଶରେ ସମୁଦାୟ ୫,୭୩୨,୫୧୯ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୯୧,୧୪୯ ଜଣ ଜୀବନ ନେଇଛି କରୋନା । ଏବେ ଭାରତରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୬,୩୮୨ ରହିଛି ।

Leave A Reply

Your email address will not be published.