ଲକ୍‌ ଡାଉନ୍‌ ବେଳେ ମନରେଗା କାମ କରି ପାଉଣା ପାଇ ନଥିବା ଅଭିଯୋଗ

ତୁରେକେଲା (କୈଳାଶ ସଗ୍ରିଆ) : ଗତ ଲକ୍‌ ଡାଉନ୍‌ ସମୟରେ ମନରେଗା ମାଟି କାମ କରି ଶ୍ରମିକମାନେ ପାଉଣା ପାଇ ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ତୁରେକେଲା ବ୍ଲକ୍‌ର ଲର୍କି ଗାଁର ଯଶୋବନ୍ତୀ ଭାଟି, କଶରୀ ଭାଟି, କାର୍ତ୍ତିକ ଭାଟି, ଟଙ୍କ ହଂସ, ମନବୋଧ ମାଝି, ବାଲମତି ବାଗ, ଶାନ୍ତି ସେଠ, ଦୁର୍ଜୁ ବନ୍‌ଛୋର୍‌, ରୁକ୍ମଣୀ ମେହେର, ବୈନ୍ତ ସେଠ, ସଦାନନ୍ଦ ମେହେର, ନୀଳାବତୀ ମେହେର, ପୁଷ୍ପାଂଜଳି ସଗ୍ରିଆ, ବିଦ୍ୟାଧର ମେହେର, ଶରତ ମାଝି, କିଶୋର ମାଝି, ଚନ୍ଦ୍ର ବୋଷ, କ୍ଷେତ୍ର ମାଝି ଲଗ୍‌ ଡାଉନ୍‌ ସମୟରେ ମନରେଗା ମାଟି କାମ କରି ପାରିଶ୍ରମିକ ପାଇ ନଥିବାରୁ ସେମାନେ ତୁରନ୍ତ ତାଙ୍କୁ ପାଉଣା ଦିଆଯିବା ପାଇଁ ଦାବୀ କରିଛନ୍ତି । ତୁରେକେଲା ବ୍ଲକ୍‌ ବିଡ଼ିଓ ତଥା ବଲାଙ୍ଗିର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

jittmm
Leave A Reply

Your email address will not be published.