କ୍ରମାଗତ ଭାବେ ୧୧ ଦିନ ପାଇଁ କରୋନା ସକ୍ରିୟ ମାମଲା ସଂଖ୍ୟା ୧୦ ଲକ୍ଷରୁ କମ

● ୧୨ ଦିନରେ ସୁସ୍ଥ ହେଲେ ୧୦ ଲକ୍ଷ ଆକ୍ରାନ୍ତ
ନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ୧୧ ଦିନ ଧରି ଭାରତରେ କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ କମ ରହିଛି ।
ଆଜି କରୋନା ସକ୍ରିୟ ମାମଲାର ସଂଖ୍ୟା ରହିଛି ୯,୪୨,୨୧୭ ।
ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୭୮,୮୭୭ ଜଣ ସୁସ୍ଥ ହୋଇଛନ୍ତି । ଏହା କେବଳ ପ୍ରତିଦିନ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଉଥିବାରୁ ସମ୍ଭବ ହୋଇପାରିଛି, ଯାହାକି ଏବେ ରହିଛି ୮୩.୭୦% ।
ଆଜି ଦେଶରେ ମୋଟ ସୁସ୍ଥ ସଂଖ୍ୟା ରହିଛି ୫୩,୫୨,୦୭୮ । ଶେଷ ୧୦ ଲକ୍ଷ ସୁସ୍ଥ କେବଳ ୧୨ ଦିନ ମଧ୍ୟରେ ହୋଇପାରିଛନ୍ତି । ଏହାସହ ଭାରତ ବିଶ୍ୱରେ ସବୁଠାରୁ ଅଧିକ ସୁସ୍ଥ ସଂଖ୍ୟାରେ ନିଜ ସ୍ଥାନ ବଜାୟ ରଖିଛି ।
୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୭୬.୬୨% ସକ୍ରିୟ ମାମଲା ଆସିଛି । ଏବେ ଦେଶର ମୋଟ ପଜିଟିଭ୍ ମାମଲା ମଧ୍ୟରୁ ମାତ୍ର ୧୪.୭୪% ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୨.୫ ଲକ୍ଷ ସକ୍ରିୟ ମାମଲା ଥିବା ବେଳେ ଏହା ପଛକୁ କର୍ଣ୍ଣାଟକରେ ଅଛି ୧ ଲକ୍ଷ ସକ୍ରିୟ ମାମଲା ।
୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫ ହଜାରରୁ କମ୍ ସକ୍ରିୟ ମାମଲା ଅଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୮୧,୪୮୪ଟି ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଏଥିରୁ ୭୮.୦୭% ଆସିଛି । ମହାରାଷ୍ଟ୍ରରୁ ସର୍ବାଧିକ ୧୬ ହଜାର ମାମଲା ଆସିଛି । କର୍ଣ୍ଣାଟକରୁ ୧୦ ହଜାର ଏବଂ କେରଳରୁ ୮ ହଜାର ମାମଲା ଆସିଛି ।
ନୂତନ ଭାବେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ୭୨% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକର ସ୍ଥାନ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୯୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିରୁ ୮୩.୩୭% ମୃତ୍ୟୁ କେବଳ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୬% ମୃତ୍ୟୁ ଅର୍ଥାତ୍ ୩୯୪ ଜଣ ପ୍ରାଣ ହରାଇଛନ୍ତି । ଏହା ପଛକୁ କର୍ଣ୍ଣାଟକରେ ୧୩୦ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.