ପୋଷାକ କଳକାରଖାନାରେ ଭୟାବହ ଅଗ୍ନିକାଣ୍ଡ : ଜଣେ ମୃତ

ନୂଆଦିଲ୍ଲୀ : ଶନିବାର ସକାଳ ସମୟରେ ଦିଲ୍ଲୀର ପ୍ରତାପନଗରସ୍ଥିତ ଏକ ପୋଷାକ କଳକାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଖବର ପାଇବା ମାତ୍ରେ ଦମକଳ ବାହିନୀର ୨୮ଟି ଗାଡ଼ି ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୁବ ଚେଷ୍ଟା କରି ନିଆଁକୁ ଆୟତ୍ତ କରିଛନ୍ତି । ଏହାସହ ସେଠାରେ ଉଦ୍ଧାର କାର୍ୟ୍ୟ ମଧ୍ୟ ଜାରି ରହିଛି । କଳକାଖାନା ଭିତରୁ ଏକ ମୃତଦେହ ଜବତ କରାଯାଇଛି ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଉପସ୍ଥିତ ରହି ନିଜ କାମ ଜାରି ରଖିଛନ୍ତି । ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସ୍‌ର ଅଧିକାରୀ ପହଞ୍ଚିଥିବା ଜଣାପଡ଼ିଛି । ପ୍ରତ୍ୟେକ୍ଷଦର୍ଶୀ ଶନିବାର ସକାଳେ ଫ୍ୟାକ୍ଟ୍ରିର ଏକ ସିଲିଣ୍ଡର ଫାଟିଯାଇଥିବା ଶବ୍ଦ ଶୁଣିଥିଲେ । ଏହାପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା ବୋଲି ଦିଲ୍ଲୀ ଫାୟାର ବିଭାଗ ଅଧିକାରୀ ରାଜେନ୍ଦ୍ର ଅଟୱାଲ୍‌ କହିଛ‌ନ୍ତି ।

Leave A Reply

Your email address will not be published.